ଦୁଇ ଶିକାରୀ ଗିରଫ ବନ୍ଧୁକ ଜବତ, ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇଲେ

Advertisment
ଦୁଇ ଶିକାରୀ ଗିରଫ ବନ୍ଧୁକ ଜବତ, ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇଲେ

ବୌଦ୍ଧ: ବୌଦ୍ଧ ବନଖଣ୍ଡ ହରଭଙ୍ଗା ବ୍ଲକ୍‌ ନୂଆପଡା ଗାଁ ନିକଟସ୍ଥ ବାଙ୍କମୁଣ୍ଡି ଜଙ୍ଗଲରେ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇ ଦୁଇ ଜଣ ଶିକାରୀ ଧରାପଡିଛନ୍ତି। ସେମାନଙ୍କ ଠାରୁ ଶିକାରରେ ବ୍ୟବହୃତ ହେଉଥିବା ବନ୍ଧୁକ ଜବତ ହୋଇଛି। ବନ ବିଭାଗର ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ବାଙ୍କମୁଣ୍ଡି ଜଙ୍ଗଲରେ ନିଆଁ ଲାଗିଥିବା ବନ ବିଭାଗ ପାଖକୁ ଖବର ପହଞ୍ଚିଥିଲା। ନିଆଁ ଲିଭାଇବା ପାଇଁ ଜଙ୍ଗଲକୁ ବନ ବିଭାଗର ଏକ ଟିମ୍‌ ପହଞ୍ଚିଥିଲେ। ସେସମୟରେ ଜଙ୍ଗଲରେ ଟର୍ଚ୍ଚ ଆଳୁଅ ଦେଖିବାକୁ ପାଇଁ ସେମାନଙ୍କୁ ପିଛା କରିବା ସହ ଶିକାର ଉଦ୍ଦେଶ୍ୟରେ ଆସିଥିବା ନୂଆପଡା ଗାଁର ଅଜିତ ପାତ୍ର(୩୦) ଓ ଅନ୍ୟଜଣେ ପୋଡଶୀ କନ୍ଧମାଳ ଜିଲ୍ଲା ବିଲାବାଡି ଅଞ୍ଚଳର କୌଶିକ ପାତ୍ର(୪୫)ଙ୍କୁ ଗିରଫ କରିଥିଲେ। ସେମାନେ ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇଥିବା ସ୍ବିକାର କରିଥିଲେ। ପଚରାଉଚରା ପରେ ସେମାନେ ଲୁଚାଇ ରଖିଥିବା ବନ୍ଧୁକ ଜବତ ଯାଇଥିଲା। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବୌଦ୍ଧ ରେଂଜର୍‌ ଆଶିଷ କହଁର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe