ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରି ଦୁଇ ଶିକାରୀ ଗିରଫ ହୋଇଛନ୍ତି। ଉଭୟଙ୍କୁ କୋର୍ଟ ଚାଲାଣ ହୋଇଥିବା ବେଳେ ୩୦କିଲୋ କଞ୍ଚା ମାଂସ ଜବତ କରାଯାଇଛି।
ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ଗତକାଲି ସାତକୋଶିଆ ଅଭୟାରଣ୍ୟର ପମ୍ପାସର ବନାଞ୍ଚଳ ଟାଇଁସି ସଂରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ ୭ରେ କିଛି ଶିକାରୀ ବନ୍ୟପ୍ରାଣୀ ଶିକାର କରିଥିବା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଖବର ପାଇ ଫରେଷ୍ଟଗାର୍ଡ ରଞ୍ଜିତ କୁମାର ଦାସଙ୍କ ସହିତ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ମିଳିଥିବା ସ୍ଥାନରେ ଦୁଇଜଣ ଶିକାରୀ ପୁରୁଣାକୋଟ ଥାନା ହିଂଜାଗୋଳ ଗ୍ରାମର ଅଶୋକ ବର୍ଗିଆ(୬୦) ଓ ରବୀନ୍ଦ୍ର ଦେହୁରୀ(୪୫)ଏକ ବାର୍ହା ମାରି ମାଂସ କାଟୁଥିବା ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ସେଠାରେ ଚଢ଼ାଉ କରି ଏହି ଦୁଇ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୩୦ କିଲୋ ବାର୍ହା ମାଂସ ସହିତ ମୁଣ୍ଡ, ଗୋଡ଼,୧ଟି ଟାଙ୍ଗିଆ,୨ଟି କଟୁରି,୨ଟି ରସି ଓ ବାଡ଼ି ଜବତ କରାଯାଇଛି।
Follow Us