୨ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଓ ଅଫୁଟା ଗୁଳି ଜବତ

Advertisment
୨ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଓ ଅଫୁଟା ଗୁଳି ଜବତ

ରିଆମାଳ: ଗ୍ରୀଷ୍ମ ଆସିଲେ ଶୋଷରେ ପାଣି ପାଇଁ ଜଙ୍ଗଲୀ ଜନ୍ତୁ ଡହଳ ବିକଳ ହୋଇ ବନ୍ଧ, କଟାକୁ ଆସନ୍ତି। ଏହାର ସୁଯୋଗରେ ଶିକାରୀ ବେଧକଡ଼କ ଭାବେ ଶିକାର କରୁଥିବା ଅଭଯୋଗ ହୋଇ ଆସୁଛି। ତେବେ ଏହାକୁ ଆଖି ଅଗରେ ରଖି ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଛନ୍ତି। ଶୁକ୍ରବାର ରିଆମାଳ ବନ ବିଭାଗ ଦ୍ୱାରା ପାଟ୍ରୋଲିଂ ଚାଲିଥିବା ସମୟରେ ରିଆମାଳ ବନାଞ୍ଚଳ ଅନ୍ତର୍ଗତ କାଇଁଶର ଗ୍ରାମ  ନିକଟସ୍ଥ ତାରଙ୍ଗ ସଂରକ୍ଷିତ ଜଙ୍ଗଲକୁ ଜନ୍ତୁ ଶିକାର ପାଇଁ ଯାଇଥିବା ୨ ଶିକାରୀଙ୍କୁ ବନ ବିଭାଗ କର୍ମଚାରୀ ଗିରଫ କରିଛନ୍ତି। ସେମାନଙ୍କ ପାଖରୁ ଏକ ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ଶିକାର ପାଇଁ ନେଇଥିବା ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ଶିକାରୀ ଦ୍ବୟ ହେଲେ ଶିମିଳିହୋତା ଗ୍ରାମର ବିଷ୍ଣୁଚରଣ ପ୍ରଧାନ (୫୦) ଓ କାଇଁଶର ଗ୍ରାମର କବି ଚନ୍ଦନ (୫୬)।

ସୂଚନା ଅନୁଯାୟୀ ଚାଲିଥିବା ଉକ୍ତ ଜଙ୍ଗଲରେ ଶିକାର ଚାଲିଥିବା ରିଆମାଳ ବନ ବିଭାଗ ସୂଚନା ପାଇବା ପରେ ରେଞ୍ଜର୍‌ ଭବାନୀ ଶଙ୍କର ଦାସଙ୍କ ନିର୍ଦ୍ଦେଶରେ ଫରେଷ୍ଟର୍‌ ତୁଷାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବନରକ୍ଷୀ ବାହାନ ବେହେରା, ଯଶୋବନ୍ତ ଦାଶ ପ୍ରମୁଖ ଉକ୍ତ ଜଙ୍ଗଲକୁ ପାଟ୍ରୋଲିଂ କରିବାକୁ ଯାଇଥିଲେ। ଚଢ଼ଉ ବେଳେ ଉଭୟଙ୍କ ପାଖରୁ ଗୋଟିଏ ଗୁଳି ଭର୍ତି ଦେଶୀ ବନ୍ଧୁକ, ୨ଟି ଅଫୁଟା ଗୁଳି, ଗନ୍‌ ପାଉଡର୍‌ ଓ ପଟାସ ପାଉଡର୍‌ ଆଜି ଜବତ କରାଯାଇଛି। ଘଟଣାସ୍ଥଳରୁ ସେମାନେ ଖସି ପଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ସେମାନଙ୍କୁ କାବୁ କରି ଗିରଫ କରିଥିଲେ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe