୯ରେ ଲୋକାର୍ପିତ ହେବ ଦୁଇଟି ପ୍ରକଳ୍ପ, ବୁଲି ଦେଖିଲେ କୋରାପୁଟ ଜିଲ୍ଲାପାଳ 

Advertisment
୯ରେ ଲୋକାର୍ପିତ ହେବ ଦୁଇଟି ପ୍ରକଳ୍ପ, ବୁଲି ଦେଖିଲେ କୋରାପୁଟ ଜିଲ୍ଲାପାଳ 

କୋରାପୁଟ: କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିସରରେ ଖୁବଶୀଘ୍ର ଖୋଲିବ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ। ଏହି ଦୁଇଟି ପ୍ରକଳ୍ପ ହେଲା ତରଳ ମେଡିକାଲ ଅକ୍ସିଜେନ (ଏଲଏମଓ,୧୩ କେଏଲ) ଓ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ (୬୦୦ ଏଲପିଏମ)ର ଉତ୍ପାଦିକରଣ ଏବଂ ବଣ୍ଟନ ବ୍ୟବହାର(ପିଏସଓ) ବୋଲି ଜଣାପଡିଛି। ଏହାର ଶିଳାନ୍ୟାସ ତଥା ଉଦଘାଟନକୁ ମୁଖ୍ୟମନ୍ତ୍ରୀ ଅନଲାଇନ ମାଧ୍ୟମରେ ଲୋକାର୍ପିତ କରିବାକୁ ରହିଥିବାବେଳେ ଆଜି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର ସମୀକ୍ଷା କରିଛନ୍ତି। ତାଙ୍କ ସହ ବିଭାଗୀୟ ମୁଖ୍ୟ ଅଧିକାରୀ ମେଡିକାଲ କଲେଜ ଅଧିକ୍ଷକ ସୀତାରାମ ମହାପାତ୍ର, ମେଡିକାଲ ପ୍ରଶାସନିକ ଅଧିକାରୀ ମଧୁସ୍ମିତା ନାୟକ, ଆର ଆଣ୍ଡ ବି ଯନ୍ତ୍ରୀ ଶରତ ପାତ୍ର ଓ ଦୁଇ ଜଣ ପରିଚାଳକ ଉପସ୍ଥିତ ରହିଥିଲେ। ଏହି ଦୁଇ ପ୍ରକଳ୍ପର ମୂଲ୍ୟ ପ୍ରାୟ ୮୦ ଲକ୍ଷ ହେବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe