ମଣ୍ଡି ପରିଚାଳନାରେ ବିଭ୍ରାଟ; ନିଳମ୍ବନ ସଂଖ୍ୟା ବଢ଼ୁଛି, ତାଲିକାରେ ଯୋଡ଼ିହେଲେ ପୁଣି ୨ ଆରଏମସି କର୍ମଚାରୀ

Advertisment
ରବି ଧାନକିଣାରେ ବି ଚାଷୀଙ୍କ ସହ ଖେଳ; ଜିଲ୍ଲାରେ ଟାଗେର୍ଟ ଶେଷ, ମଣ୍ଡିରେ ପଡ଼ିଛି ୫୦ ହଜାରରୁ ଅଧିକ ବସ୍ତା ଧାନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡିରେ ପରିଚାଳନା ବିଭ୍ରାଟ ନେଇ କର୍ମଚାରୀଙ୍କ ନିଳମ୍ବନ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ମଣ୍ଡିରେ କାର୍ଯ୍ୟରତ ୨ ଜଣ କର୍ମଚାରୀ ନିଳମ୍ବନ ହୋଇଛନ୍ତି। ଚନ୍ଦାହାଣ୍ଡି ବ୍ଲକର ୪ ଗୋଟି ମଣ୍ଡି ଖୋଲାଯାଇଥିଲା। ମଣ୍ଡି ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ଆରଏମସି କର୍ମଚା୍ରୀ ଦେବାନନ୍ଦ ଦାସ ଓ ସୁନିଲ କୁମାର ପଟ୍ଟନାୟକଙ୍କୁ ନିଳମ୍ବନ କରାଯାଇଥିବାର ଉପଜିଲ୍ଲାପାଳ ଭାଷ୍କର ରଇତ କହିଛନ୍ତି।

ଗତ ପ୍ରାୟ ୨ ମାସ ହେବ ଚନ୍ଦାହାଣ୍ଡି ବ୍ଲକରେ ମଣ୍ଡି ଗୁଡିକରେ ଧାନ କିଣାରେ ବିଭ୍ରାଟ ଲାଗିରହିଛି, ଯାହାକି ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଦେଇଛି। ମଣ୍ଡି ପରିଚାଳନାରେ ବିଭ୍ରାଟ ନେଇ ଚାଷୀଙ୍କ ପକ୍ଷରୁ ଅସନ୍ତୋଷ ଲାଗିରହିଥିବା ବେଳେ ଜିଲ୍ଲା ପ୍ରଶାସନର ୩ ଗୋଟି ବିଭାଗ ତଦନ୍ତ କରି ପ୍ରାଥମିକ ରିପୋର୍ଟ ହସ୍ତାନ୍ତର କରିବା ପରେ ଆଜି ଏହି ୨ କର୍ମଚାରୀଙ୍କୁ ନିଳମ୍ବନ କରାଯାଇଛି।

ସେହିପରି ଦାୟିତ୍ବରେ ଅବହେଳା ଯୋଗୁଁ ଆରଏମସି ସମ୍ପାଦକ ଶଶାଙ୍କ ଶେଖର ସାହାଣିଙ୍କୁ ନିଳମ୍ବନ କରାଯାଇଥିବା ନେଇ ଯୋଗାଣ ମନ୍ତ୍ରୀ ଟ୍ବିଟ୍ କରି ଜଣାଇଥିଲେ। ଏହା ପୂର୍ବରୁ ଚନ୍ଦାହାଣ୍ଡି ଲ୍ୟାମ୍ପର ପୂର୍ବତନ ଲ୍ୟାମ୍ପ ଏମଡି ଙ୍କ ନାମରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିଶ କରାଯାଇଥିବା ବେଳେ ଡିଇଓଙ୍କୁ ବହିଷ୍କୃତ କରିବା ସହ ତାଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ସେହିପରି ଭାବେ ଝରିଗାଁ ଓ କୋଷାଗୁମୁଡା ଲ୍ୟାମ୍ପ ଡିଇଓଙ୍କୁ ନିଳମ୍ବନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe