ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର, ଲକ୍ଷାଧିକ ଟଙ୍କାର ସଂପତ୍ତି ପାଉଁଶ

Advertisment
ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର, ଲକ୍ଷାଧିକ ଟଙ୍କାର ସଂପତ୍ତି ପାଉଁଶ

ବୈପାରିଗୁଡ଼ା:  ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ଜଣେ ଲୋକଙ୍କର ଦୁଇ ବଖରା ଘର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ଏହି ଘଟଣାରେ ୮ଟି ଛେଳି ଜୀବନ୍ତ ଦଗ୍ଧ ହେବା ସହ ଘର ମାଲିକ ଗୁରୁତର ହୋଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତର କୋଳଥଯୋଡି ଗ୍ରାମରେ ଏହି ଅଭାବ ଘଟଣା ଘଯିଛି। ମିଳିଥିବା ସୂଚନା ଅନୁଯାୟୀ ସନିଆ ପାଙ୍ଗି (୬୫) ଆଜି ଭୋର ସମୟରେ ନିଜ ଘରେ ଶୋଇଥିଲେ। ତାଙ୍କ ସ୍ତ୍ରୀ ଚୁଲିରେ ନିଆଁ ଜାଳି ନିଜେ ପାଣି ଆଣିବା ପାଇଁ ଗାଆଁ ପାଖ ପୋଖରୀକୁ ଯାଇଥିଲେ। ଏହି ସମୟରେ ଅକସ୍ମାତ ଚୁଲିରୁ ନିଆଁ ଉଠି ଚାଳରେ ନିଆଁ ଧରିବା ଫଳରେ ଦେଖୁ ଦେଖୁ ଚାରିଆଡକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ ନିଆ ଲାଗିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ଚାଳରୁ ନିଆଁ ନିଆଁ ଖସି ସନିଆ ଉପରେ ପଡ଼ିବା ଫଳରେ ଦେହର ବାମ ଭାଗ ପୋଡିଯାଇଛି। ଗ୍ରାମବାସୀ କୌଣସି ପ୍ରକାରେ ସିନିଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ୧୦୮କୁ ଖବର ଦେଇଥିଲେ।

ତେବ ଗ୍ରାମବାସୀ  ଘରକୁ ଲାଗି ରହିଥିବା ଗୁହାଳକୁ ନିଆଁ ଦାଉରୁ ରକ୍ଷା କରିପାରିନଥିଲେ। ଗୁହାଳରେ ବନ୍ଧା ହୋଇଥିବା ଦୁଇଟି ଗାଈ କୈାଣସି ପ୍ରକାରେ ପଘା ଛିଣ୍ଡେଇ ଖସି ଯାଇଥିବା ବେଳେ ୮ଟି ଛେଳି ନିଆଁରେ ସଂପୂର୍ଣ୍ଣ ପୋଡ଼ି ଯାଇଥିଲେ। ୧୦୮ ଯୋଗେ ସନିଆକୁ ପ୍ରଥମେ ରାମଗିରିସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବୈପାରିଗୁଡା ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସନିଆର ଅବସ୍ଥା ଗୁରୁତର ଥିବାରୁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସନିଆର ବାମ ଭାଗର ମୁହଁ, ହାତ, ପିଠି, ଗୋଡ଼ ପଡ଼ିଯାଇଛି। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିଶମ ବାହିନୀ ତରଫରୁ ପ୍ରାୟ ୮୦ ହଜାର ଟଙ୍କାର କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଇଥିବା ବେଳେ ପରିବାର ଲୋକେ ଦେଢ଼ ଲକ୍ଷ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ପ୍ରକାଶ କରିଛନ୍ତି। ତେବେ ସନିଆ ଏବଂ ତାଙ୍କ ସ୍ତ୍ରୀ କେବଳ ପେନସନ ଏବଂ ରାସନ୍‌ ଉପରେ ର୍ନିଭର କରି ଚଳୁଥିବା ବେଳେ ତାଙ୍କର କୌଣସି ରୋଜଗାର ନଥିବାରୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe