ଜ୍ୱାଇଁଙ୍କୁ ହତ୍ୟା ମାମଲା: ଶଳା ଓ ସମ୍ପର୍କୀୟ ଶଳାକୁ କୋର୍ଟ ଚାଲାଣ କଲା ପୁଲିସ

ଜ୍ୱାଇଁଙ୍କୁ ହତ୍ୟା ମାମଲା: ଶଳା ଓ ସମ୍ପର୍କୀୟ ଶଳାକୁ କୋର୍ଟ ଚାଲାଣ କଲା ପୁଲିସ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ଗତ ୩୦ତାରିଖ ରାତିରେ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ଘଟଣାରେ ପୁଲିସ ଶଳା ଓ ସଂପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସିପୁନ ବାଘ(୨୩) ଓ ବିକ୍ରମ ଜାଲ(୨୪)

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ପୁରୁଣାକଟକ ପଞ୍ଚାୟତ ରାଜିଙ୍ଗ ଗ୍ରାମର ଲବ ବଗର୍ତ୍ତି(୪୨) ପଡୋଶୀ ପିତାମ୍ବରପୁର ପଞ୍ଚାୟତର ଇନ୍ଦ୍ରପୁର ଗ୍ରାମର ସ୍ୱର୍ଗତ କେଶବ ବାଘଙ୍କ ଏକ ମାତ୍ର ଝିଅକୁ ବିବାହ କରି ଶ୍ୱଶୁର ଘରେ ଘରଜ୍ୱାଇଁ ଥିଲେ। ଲବ ଅଧିକାଂଶ ସମୟରେ ମଦ୍ୟପାନ କରି ଶ୍ୱଶୁର ଘର ଲୋକଙ୍କ ସହ ଝଗଡା କରୁଥିଲେ। ଗତ ଗୁରୁବାର ଇନ୍ଦ୍ରପୁର ଗ୍ରାମକୁ ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ କୁଆଘରା ଗ୍ରାମରୁ ଆସିଥିବା ଲବର ବଡ଼ମା ଶାଶୁଙ୍କ ପୁଅ ସମ୍ପର୍କୀୟ ଶଳା ବିକ୍ରମ ଜାଲ ସମସ୍ତ କଥାଶୁଣି ରାଗି ଯାଇ ଜ୍ୱାଇଁଙ୍କୁ ମାରିବା ପାଇଁ ଚରମ ନିଷ୍ପତି ନେଇଥିଲେ ଓ ରାତିରେ ନିଜ ସାନ ଶଳା ସିପୁନ ବାଘ ସହିତ ସମ୍ପର୍କୀୟ ଶଳା ବିକ୍ରମଓ ନିଜ ସାନ ଶଳା ମିଶି ଠେଙ୍ଗା ସାହାଯ୍ୟରେ ଲବକୁ ମରଣାନ୍ତକ ଆକ୍ରମଣ କରି ପାଖରେ ଥିବା ଏକ ପୋଖରୀରେ ପକାଇ ଦେଇଥିଲେ।

ଖବର ପାଇ ଲବର ପରିବାର ଲୋକେ ଆସି ପୁଅକୁ ଉଦ୍ଧାର ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବୌଦ୍ଧ ମେଡିକାଲକୁ ଆମ୍ବୁଲାନ୍‌ସ ଯୋଗେ ନେଇଥିଲେ। ମାତ୍ର ବୌଦ୍ଧରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ପିତା ପୁରୁଣାକଟକ ଥାନାରେ ଦେଇଥିବାଏତେଲାକୁ ଭିତ୍ତିକରି ପୁଲିସ କେସନଂ ୯୮/୨୦ଅନୁଯାଇ ଏକହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା। ଆଜି ଉଭୟ ଅଭିଯୁକ୍ତଙ୍କୁ ବୌଦ୍ଧ କୋର୍ଟ ଚାଲାଣ କରାଯାଇଥିଲା। ତେବେ ସେମାନଙ୍କ ବେଲ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ହଜାତକୁ ପଠେଇ ଦିଆ ଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe