ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ରାତିରେ ଦୁଇ ଭଉଣୀଙ୍କ ମୃତ୍ୟୁ

Advertisment
ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ରାତିରେ ଦୁଇ ଭଉଣୀଙ୍କ ମୃତ୍ୟୁ

ନାକଟିଦେଉଳ: ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ରାତିରେ ଦୁଇ ଭଉଣୀଙ୍କ ମୃତ୍ୟୁ ହେବା ଭଳି ଏକ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗ୍ରାମରେ। ପ୍ରାପ୍ତ ସୂଚନାନୁସାରେ ଗାଁ’ର ଆଶ୍ରିତା ସୋରେନ୍‌ଙ୍କ ଦୁଇ ଝିଅ ସସ୍ମିତା (୧୧ ବର୍ଷ) ଓ ଲଳିତା (୯ ବର୍ଷ) ସୋମବାର ରାତିରେ ଖାଇ ପିଇ ଘରେ ଶୋଇଥିଲେ।

ତେବେ ବିଳମ୍ବିତ ରାତିରେ ଉଭୟଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।  ରାତିରେ କୌଣସି ଗାଡ଼ିର ସୁବିଧା ନ ହେବାରୁ ସୋମବାର ସକାଳୁ ପରିବାର ଲୋକେ ଉଭୟଙ୍କୁ ରେଢ଼ାଖୋଲ ଡାକ୍ତରଖାନା ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ। ରେଢ଼ାଖୋଲ ପୁଲିସ୍ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁରେ ଉଭୟଙ୍କ ଅନ୍ତିମ ସତ୍କାର କରାଯାଇଛି। ଖବରପାଇ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ବିଡିଓ ବିବେକାନନ୍ଦ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe