ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

Advertisment
ଗାଧୋଇବାକୁ ଯାଇ ଆଉ ଫେରିଲାନି ପୁଅ, ହତ୍ୟା ସନ୍ଦେହ

Representative image

ବାସୁଦେବପୁର: ଭଦ୍ରକ ଜିଲ୍ଲା ନୟକନିଦିହି ଥାନା ଅନ୍ତର୍ଗତ ମଲିକଦେଇପୂର୍ ପଞ୍ଚାୟତର ବ୍ରଜନନ୍ଦପୂର୍ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଦୁଇ ସମ୍ପର୍କୀୟା ଭଉଣୀଙ୍କର  ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ସଦାନନ୍ଦ ଘଡେଇଙ୍କର୧୨ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ଓ ତାଙ୍କର ସମ୍ପର୍କୀୟ ଭଉଣୀ ଚାନ୍ଦବାଲି ବ୍ଲକ ରେ ଘଂଟେଶ୍ୱର ଅଞ୍ଚଳର ଧନେଶ୍ଵର ବାରିକଙ୍କର ୯ ବର୍ଷର ଝିଅ ପଲ୍ଲବୀ ପୋଖରୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡିଯାଇଥିଲେ। ଗ୍ରାମର ଲୋକମାନେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାସୁଦେବପୁର ମେଡ଼ିକାଲକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଥିଲେ। ପଲ୍ଲବୀ ତାଙ୍କ ମାମୁଁ ଘର ବ୍ରଜନନ୍ଦପୁର୍ କୁ ଆସିଥିଲେ। ଦୁଇ ଭଉଣୀଙ୍କ ଏଭଳି ଦୁଃଖଦ ମୃତ୍ୟ ଖବର ପ୍ରଚାରିତ ହେବାପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe