ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଯବାନ ଆହତ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଯବାନ ଆହତ

Sambad

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନକ୍ସଲ ଦ୍ବାରା ଲ୍ୟାଣ୍ଡମାଇନ ବିସ୍ଫୋରଣ କରାଯିବା ଦ୍ବାରା ଦୁଇ ଜଣ ଡିଆରଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଝାରବାହୀ ଜଙ୍ଗଲରେ ଡିଆରଜି ଯବାନ ପ୍ରତିଦିନ ଭଳି ଆଜି ମଧ୍ୟ କମ୍ବିଂ କରୁଥିଲେ। ପୂର୍ବରୁ ନକ୍ସଲ ଏଠାରେ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖିବା ମାତ୍ରେ ଲଗାତାର ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ।

ଯାହାଫଳରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ଆହତ ଯବାନମାନେ ହେଲେ ସନାଉ ବଡତେ ଏବଂ ରାମଜୀ ପୋଟାଇ। ଏହି ଦୁଇ ଯବାନଙ୍କୁ ତୁରନ୍ତ ରାୟପୁର ସ୍ଥାନାନ୍ତର କରାଯାଇଥିବା ଆଇଜି ସୁନ୍ଦରରାଜ ପ୍ରକାଶ କରିଛନ୍ତି।ତେବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe