ସର୍ବଭାରତୀୟ ନିଟ୍‌ ପରୀକ୍ଷାଫଳ: ୬ଶହରୁ ଊର୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ ବିଶ୍ବାସ କ୍ଲାସେସ୍‌ର ମାନସ ଓ ଅର୍ପିତ

Advertisment
ସର୍ବଭାରତୀୟ ନିଟ୍‌ ପରୀକ୍ଷାଫଳ: ୬ଶହରୁ ଊର୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ ବିଶ୍ବାସ କ୍ଲାସେସ୍‌ର ମାନସ ଓ ଅର୍ପିତ

ବାରିପଦା: ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍‌’ ପରୀକ୍ଷା ଫଳରେ ମୟୂରଭଞ୍ଜର ଦୁଇ ଛାତ୍ର ୬ଶହରୁ ଊର୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ମାନସ ମହାପାତ୍ର ମୋଟ ୭୨୦ରୁ ସର୍ବାଧିକ ୬୧୪ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ମାନସଙ୍କ ସର୍ବଭାରତୀୟ ର‍୍ୟାଙ୍କ ୧୪ହଜାର ୭୬ ରହିଥିବାବେଳେ ସିଆର୍‌ ୫୪୪୨ ରହିଛି। ସେହିପରି ଅର୍ପିତ କୁମାର ପଣ୍ଡା ୬୦୫ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଅର୍ପିତଙ୍କର ସର୍ବଭାରତୀୟ ର‍୍ୟାଙ୍କ ୧୭ହଜାର ୮୫୫ ଓ ସିଆର ୮୪୨୪ ରହିଛି।

ଅର୍ପିତ ଜେଇଇ-ମେନ୍‌ରେ ମଧ୍ୟ ୯୮.୪ ପ୍ରତିଶତ ମାର୍କ ରଖି ଏନ୍‌ଆଇଟିରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜନଜାତି ବର୍ଗରେ ଉମେଶ ସର୍ଦ୍ଦାର ୪୦୦ ନମ୍ବର ରଖିଥିବାବେଳେ କାର୍ତିକା ମୁର୍ମୁ ୩୯୪ ନଂ ରଖି ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

ଉଲ୍ଲେଖନୀୟ ବିଷୟ ଏହା ଯେ ଉପରୋକ୍ତ ଛାତ୍ରମାନେ ବାରିପଦାରେ ହିଁ ନିଟ୍‌ ଏବଂ ଜେଇଇ-ମେନ୍‌ ପାଇଁ ପ୍ରସ୍ତୁତ ହୋଇଥିଲେ। ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ର ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲା ସଦର ମହୁକୁମା ବାରିପଦାର ମଧୁବନଠାରେ ଥିବା  ‘ବିଶ୍ୱାସ କ୍ଲାସେସ୍‌’ରେ କୋଚିଂ ନେଉଥିଲେ। ମାତ୍ର ୧୬ ଜଣ ଛାତ୍ରଛାତ୍ରୀ ଏଠାରେ କୋଚିଂ ନେଉଥିବାବେଳେ ୪ ଜଣ ଛାତ୍ର ମେଡିକାଲ କଲେଜ୍‌ରେ ନାମ ଲେଖାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯାହାକି ମୟୂରଭଞ୍ଜ ପାଇଁ ଏକ ନୁଆ ଆଶା ଓ ବିଶ୍ୱାସ ସଂଚାର କରିବା ସହ ଅନୁଷ୍ଠାନ ପାଇଁ ଗୌରବ ଆଣିପାରିଥିବା ଅନୁଷ୍ଠାନର ନିର୍ଦ୍ଦେଶକ ସ୍ନେହାଂଶୁ ଦ୍ବିବେଦୀ ଓରଫ୍‌ ମଣ୍ଟୁ ସାର୍‌ ପ୍ରକାଶ କରିଛନ୍ତି । ଏନେଇ ଆଜି ସମସ୍ତ କୃତି ଛାତ୍ରଙ୍କୁ “ବିଶ୍ୱାସ କ୍ଲାସେସ୍‌”ପକ୍ଷରୁ ସମ୍ବର୍ନ୍ଧିତ କରାଯାଇଥିଲା। ବ୍ୟୟବହୁଳ ଖର୍ଚ୍ଚ କରିବାକୁ ସକ୍ଷମ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବାସ୍‌ କ୍ଲାସେସ୍‌ ମେଡିକାଲ୍‌ ଏବଂ ଇଞ୍ଜିନିୟରିଂରେ କୋଚିଂ ପ୍ରଦାନ ଓ ସଫଳତା ନେଇ ଏକ ନୂତନ ଆଶା ସଂଚାର କରିଥିବା ଶ୍ରୀ ଦ୍ବିବେଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe