ଦୁଇ ଦିନରେ ଆଖି ବୁଜିଲେ ୨ ଶିକ୍ଷୟିତ୍ରୀ, ଅକାଳ ବିୟୋଗରେ ଦୁଃଖୀ ଅଞ୍ଚଳବାସୀ

Advertisment
ଦୁଇ ଦିନରେ ଆଖି ବୁଜିଲେ ୨ ଶିକ୍ଷୟିତ୍ରୀ, ଅକାଳ ବିୟୋଗରେ ଦୁଃଖୀ ଅଞ୍ଚଳବାସୀ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅଞ୍ଚଳରେ ୨ ଦିନରେ ୨ ଜଣ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ଦୁଇ ଜଣ ହେଲେ ସନ୍ଧ୍ୟାରାଣୀ ଓଝା ଏବଂ ପ୍ରିୟଙ୍କା ନାୟକ।

ସୂଚନା ଆଧାରରେ, ଗତ ମଙ୍ଗଳବାର ରାତି ସାଢେ ୯ଟା ସମୟରେ କୁରୁଞ୍ଜିପୁର ରାମଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଓଝାଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା ଏହି ବ୍ଲକ ଦୋରବାଙ୍ଗ ଗ୍ରାମରେ ସନ୍ଧ୍ୟାରାଣୀଙ୍କ ଘର। ସେ କୁରୁଞ୍ଜିପୁର ସ୍କୁଲରେ ଜଣେ ସ୍ଥାୟୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଗତକାଲି ରାତିରେ ଚଣାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟଙ୍କା ନାୟକଙ୍କ ଅକାଳ ବିୟୋଗ ଘଟିଥିଲା। ମୟୁରଭଞ୍ଜ ଜିଲ୍ଲାରେ ତାଙ୍କ ଘର ବୋଲି ସୂଚନା ମିଳିଛି। ସେ ସ୍ଥାନୀୟ ବଳଭଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୪ ବର୍ଷ କାର୍ଯ୍ୟ କରୁଥିଲେ। ଉକ୍ତ ବିଦ୍ୟାଳୟର ପିଲା ସଂଖ୍ୟା କମ ହେତୁ ଚଳିତ ବର୍ଷ ସ୍କୁଲକୁ ନିକଟସ୍ଥ ଚଣାହାଟ ସ୍କୁଲ ସହିତ ମିଶାଇ ଦିଆଯାଇଛି। ଗତ ୨/୩ ତଳେ ଚଣାହାଟରେ ସେ ଯୋଗ ଦେଇଥିଲେ। କିଛି ଦିନ ହେବ ପ୍ରିୟଙ୍କା କିଡ଼ନି ରୋଗରେ ଆକ୍ରାନ୍ତ ଥିଲେ ଗତକାଲି ତାଙ୍କର ବିୟୋଗ ଘଟିଛି।

ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ସାହୁ, ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଆଲୋକ ରଞ୍ଜନ ସାହୁ, ସଂପାଦକ ରଶ୍ମିରଞ୍ଜନ ପଣ୍ଡା, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ବାଲିପାଟଣା ପ୍ରେସ କ୍ଳବ ଦୁଇ ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ମଧ୍ୟ ମର୍ମାହତ ହୋଇପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe