ଆଚରଣବିଧି ଉଲଂଘନ: ୨ ନିଲମ୍ବିତ, ୨ ଜଣଙ୍କ କାର୍ଯ୍ୟ ଅବସାନ

Advertisment
ବୁଢ଼ାବୁଢ଼ୀଙ୍କ ଭତ୍ତାଟଙ୍କା ଖାଇ ୫ ନିଲମ୍ବିତ

Kashmir Observer

ଯାଜପୁର: ଚଳିତ ପଞ୍ଚାୟତ ନିର୍ବାଚନରେ ଆଦର୍ଶ ଆଚରଣବିଧି ଉଲଂଘନ ଅଭିଯୋଗରେ ବିଞ୍ଜାରପୁର ବ୍ଲକ ହଳଦିଡିହ ଗ୍ରାମ ପଞ୍ଚାୟତର ଜି.ଆର.ଏସ ଅଧିର କୁମାର ବାରିକଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିବା ସହ ନିଲମ୍ବନ ସମୟରେ ତାଙ୍କର କାର୍ୟ୍ୟସ୍ଥଳ ଡି.ଆର.ଡି.ଏ କାର୍ଯ୍ୟାଳୟ ହେବ ବୋଲି ଧାର୍ଯ୍ୟ କରିଛନ୍ତି। ସେହିପରି ବିଂଝାରପୁର ବ୍ଲକ ଅଳକୁଣ୍ଡ ସ୍ଥିତ ଅବଦୁଲ ମସଜିଦ ନୋଡାଲ ଉ.ପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସେକ ମହମ୍ମଦ ଓକିଲଙ୍କୁ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନିଲମ୍ବନ ସହ ନିଲମ୍ବନ ସମୟରେ ତାଙ୍କ ହେଡକ୍ୱାଟର ଜିଲ୍ଲା ଶିକ୍ଷା ଅଧିକାରୀ ଯାଜପୁରଙ୍କ କାର୍ଯ୍ୟାଳୟ ହେବ ବୋଲି ଜିଲ୍ଲାପାଳ ଚକ୍ରୱର୍ତି ସିଂହ ରାଠୋର ଆଦେଶ କରିଛନ୍ତି।

ଅପର ପକ୍ଷରେ ଧର୍ମଶାଳା ବ୍ଲକ କୁମାରୀ ଗ୍ରାମ ପଞ୍ଚାୟତର ଦକ୍ଷ ନଥିପତ୍ର ପରିଚାଳିକା ଝୁନୁଲତା ଦାସ ଓ ବଡଚଣା ବ୍ଲକ ଚଣ୍ଡିତଳ ପଞ୍ଚାୟତର ଦକ୍ଷ ନଥିପତ୍ର ପରିଚାଳିକା ସୁଜାତା ସାମଲଙ୍କୁ ନିର୍ବାଚନ ପ୍ରଚାରରେ ସାମିଲ ଅଭିଯୋଗରେ ଜିଲ୍ଲାପାଳ ଶ୍ରୀ ରାଠୋର ସେମାନଙ୍କ କାର୍ଯ୍ୟକାଳ ଅବସାନ (ଟରର୍ମିନେଟ) ଆଦେଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe