ପାରାଦ୍ବୀପରେ ସ୍ଥାନାନ୍ତରଣ ହେଲେଣି ଦୁଇ ହଜାର

ପାରାଦ୍ବୀପରେ ସ୍ଥାନାନ୍ତରଣ ହେଲେଣି ଦୁଇ ହଜାର

Sambad

ଜଗତସିଂହପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ୟାସ୍’ ପ୍ରଭାବ ଜଗତସିଂହପୁର ଜିଲ୍ଲାରେ ସ୍ପଷ୍ଟ ବାରି ହୋଇପଡ଼ିଛି। ଏହାର ପ୍ରଭାବରେ ପାରାଦୀପରେ ସର୍ବାଧିକ ୧୫୧ ମିମି ବର୍ଷା ରେକର୍ଡ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ୧୦ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଏହାସହ ବନ୍ଦରରୁ ୧୨ଟା ସୁଦ୍ଧା ବର୍ଥରେ ଥିବା ସମସ୍ତ ଜାହାଜକୁ ଗତକାଲିଠାରୁ ଗଭୀର ସମୁଦ୍ରକୁ ପଠାଇ ଦିଆଯାଇଛି। ପାରାଦୀପ ବନ୍ଦର ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇ ବାତ୍ୟା ପରେ ଗଛ ଉପୁଡ଼ିଲେ ଏହାକୁ ସଫା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ପାରାଦୀପ ବନ୍ଦରରେ ସମସ୍ତ କାର୍ଯ୍ୟ ବନ୍ଦ କରାଯାଇଛି। ସମସ୍ତ ଜାହାଜ ଗୁଡ଼ିକୁ ଗଭୀର ସମୁଦ୍ରକୁ ପଠାଇ ଦିଆଯାଇଛି। ତଟରକ୍ଷୀ ବାହିନୀ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ‌ବନ୍ଦରର ଗେଟ୍-୪ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ପାରାଦୀପରେ ମୋଟ୍ ୨୦ଟି ବାତ୍ୟା ଆଶ୍ରୟସ୍ଥଳରେ ବର୍ତ୍ତମାନ ସୁଦ୍ଧା ୧୯୨୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

publive-image Sambad

ଏବେ ବି ସ୍ଥାନାନ୍ତର ପ୍ରକ୍ରିୟା ଚାଲୁ ରହିଛି। ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଏହାସହ ଥଣ୍ଡା, କାଶ ଓ ଜ୍ବର ଭଳି କରୋନା ଲକ୍ଷଣ ଥିବା ଲୋକମାନଙ୍କ ଆଣ୍ଟିଜେନ୍ ‌ଟେଷ୍ଟ କରାଯାଉଛି। ଏ ନେଇ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ପାରାଦୀପରେ ବର୍ତ୍ତମାନ ସୁଦ୍ଧା ୨୦ ଜଣିଆ ଓଡ୍ରାଫ୍ ଓ ୨୮ ଜଣିଆ ଏନଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି। ପୂର୍ବରୁ ପାରାଦୀପରେ ଥିବା ସାର କାରଖାନା ଗୁଡ଼ିକ ଯେପରି ଆମୋନିଆ ଗ୍ୟାସ୍ ଲିକ୍ ନ ହୁଏ, ସେଥିପାଇଁ ସତର୍କ ଓ ସଚେତନ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe