ଆଜିଠୁ ଗଡ଼ିବ ଝାରସୁଗୁଡ଼ା ଦେଇ ଦୁଇ ଟ୍ରେନ୍‌

ଇଂରେଜ ଅମଳରୁ ଚାଲିଆସିଥିବା ଏହି ବ୍ୟବସ୍ଥାକୁ ବନ୍ଦ କଲା ରେଳ ମନ୍ତ୍ରାଳୟ

Image Source: Zee Business

ଝାରସୁଗୁଡ଼ା: ସୋମବାର ଝାରସୁଗୁଡ଼ା ଦେଇ ଗଡ଼ିବ ଦୁଇ ଟ୍ରେନ୍‌। ଲକ୍‌ଡାଉନ୍‌ ଯୋଗୁଁ ଦୁଇମାସ ଉପରେ ଟ୍ରେନ୍‌ ବନ୍ଦ ରହିବା ପରେ ପ୍ରଥମ କରି ଚକ୍ରଧରପୁର ଡିଭିଜନର ଏହି ଦୁଇଟି ଟ୍ରେନ୍‌ ଝାରସଗୁଡ଼ା ଷ୍ଟେସନ ଦେଇ ଯାତ୍ରା କରିବ ବୋଲି ଚକ୍ରଧରପୁର ରେଳ ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ମନୀଶ କୁମାର ପାଠକ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଷ୍ଟେସନରେ ଏହି ଉଭୟ ଟ୍ରେନ୍‌ର ସମୟସାରଣୀ ପ୍ରକାଶ ପାଇଛି। ୦୨୮୧୦ ନମ୍ବର ହାୱଡ଼ା- ଛତ୍ରପତି ଶିବାଜୀ ଟର୍ମିନାଲ ଟ୍ରେନ୍‌ ସକାଳ ୩.୫୫ରେ ପହଞ୍ଚି ୪ ଟାରେ ଛାଡ଼ିବ। ସେହିପରି ୦୨୮୦୯ ଛତ୍ରପତି ଶିବାଜୀ ଟର୍ମିନାଲ- ହାୱାଡ଼ା ଟ୍ରେନ୍‌ ରାତ୍ର ୯.୩୫ରେ ପହଞ୍ଚି ୯.୪୦ରେ ଛାଡ଼ିବ। ୦୨୮୩୩ ଅହମ୍ମଦାବାଦ- ହାୱାଡ଼ା ଟ୍ରେନ୍‌ ସକାଳ ୫ଟାରେ ପହଞ୍ଚି ୫.୨ରେ ଛାଡ଼ିବ। ୦୨୮୩୪ ହାୱଡ଼ା- ଅହମ୍ମଦାବାଦ ଟ୍ରେନ୍‌ ସକାଳ ୮.୧୫ରେ ପହଞ୍ଚି ୮.୧୭ରେ ଛାଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe