ଜେଲ୍ ଗଲେ ଦୁଇ ନକଲି ସାମ୍ବାଦିକ

Advertisment
ଜେଲ୍ ଗଲେ ଦୁଇ ନକଲି ସାମ୍ବାଦିକ

Sambad

ଜଗତସିଂହପୁର: ସାମ୍ବାଦିକ ନାମରେ ପୁଣି କଳଙ୍କ। ସରକାରୀ ଅଧିକାରୀଙ୍କୁ ଧମକ, ଟଙ୍କା ମାଗିବା ଓ ଜାତିଆଣ ଆକ୍ଷେପ କରି ଗିରଫ ହୋଇଛନ୍ତି ସାମ୍ବାଦିକ ବୋଲାଉଥିବା ଦୁଇଜଣ ବ୍ୟକ୍ତି। ପୁଲିସ ଦୁଇ ଅଭିଯୁକ୍ତ ସୁରେଶ ଲେଙ୍କା ଓ ଚରଣ କୁମାର ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବେଲ୍ ନମିଳିବାରୁ ଦୁଇ ଜଣଙ୍କୁ ଆଳିପିଙ୍ଗଳ ଜେଲ୍‌କୁ ପଠାଇ ଦିଆଯାଇଛି।

କେବଳ ଏହି ଗୋଟିଏ ଘଟଣା ନୁହେଁ, ନିଜକୁ ସାମ୍ବାଦିକର ପରିଚୟ ଦେଇ ଦୁଇଜଣ ସ୍ଥାନୀୟ ଅଂଚଳରେ ସାମାଜିକ ଅସ୍ଥିରତା ସୃଷ୍ଟି କରିବା ସହ ସରକାରୀ ଅଧିକାରୀ ମାନଙ୍କୁ ଡରାଇ ଧମକାଇ ବଟି ଆଦାୟ କରୁଥିଲେ। ଦିନକୁ ଦିନ ସୋସିଆଲ ମିଡ଼ିଆ, ଫେସ୍‌ବୁକ୍‌ ପେଜ୍ ଓ ୟୁଟ୍ୟୁବ୍‌ରେ ଏକ ପେଜ୍ ଖୋଲି ରାତା ରାତି ସାମ୍ବାଦିକ ହେଉଥିବା ଦେଖିବାକୁ ମିଳୁଛି  କିଛି ଅସାମାଜିକ ଯୁବକ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସାମ୍ବାଦିକ ବୃତ୍ତିକୁ ବ୍ୟବହାର କରୁଛନ୍ତି। ସାମ୍ବାଦିକ ଖୋଳପାରେ ରହି ଦାଦା ବଟି ଆଦାୟ କରିବା, ଧମକ ଦେବା, ବ୍ୟକ୍ତିଗତ ଚରିତ୍ର ସ୍ଖଳନ କରିବା, ନିଶା କାରବାରରେ ସଂପୃକ୍ତ ରହିବା ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି।

ତେବେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଂଚଳର ତେନ୍ତୁଲିବେଲାରୀ ଗ୍ରାମର ସାଗର ଲେଙ୍କାଙ୍କ ପୁଅ ସୁରେଶ ଲେଙ୍କା (ଆଧାର ନ୍ୟୁଜ) ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍ ଖୋଲି ସ୍ଥାନୀୟ ଅଂଚଳରେ ଆତଙ୍କ ରାଜ ସୃଷ୍ଟି କରୁଥିବା ବାରମ୍ବା ଅଭିଯୋଗ ହୋଇ ଆସୁଥିଲା। ଗତକାଲି ବାଲିକୁଦା ବ୍ଲକ୍ ଭିତରେ ପଶି ଏବିଡିଓ ସଂଜୟ ଦାସଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ଦଶ ହଜାର ଟଙ୍କା ବଟି ନଦେଲେ ଖବର ପ୍ରସାରଣ କରି ଇଜ୍ଜତ ମହତ ନେବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ସୁରେଶ ଲେଙ୍କା ଓ ଚରଣ ସ୍ୱାଇଁ। ଏବିଡିଓଙ୍କ ସହ ଯୁକ୍ତି ତର୍କ ହୋଇଥିଲା। ଏହା ଭିତରେ ଦୁଇଜଣ ଏବିଡିଓଙ୍କୁ ମାଡ଼ ମାରିବାକୁ ପଛାଇ ନଥିଲେ। ଏନେଇ ଏବିଡିଓ ବାଲିକୁଦା ଥାନାରେ ଅଭିଯୋଗ କରିବା ପରେ ବାଲିକୁଦା ଥାନା ଅଧିକାରୀ ଦିଲ୍ଲୀପ ସାହୁ ଦୁଇ ଜଣଙ୍କୁ ଗିରଫ କରିବା ସହ ଜେଲ୍‌କୁ ପଠାଇଛନ୍ତି। ସୁରେଶ ଲେଙ୍କା ଓ ଚରଣ ସ୍ୱାଇଁ ନାମରେ ପୂର୍ବରୁ ଏକାଧିକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe