ଅଳିଆ ପକାଇବାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ଅଳିଆ ପକାଇବାକୁ ନେଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁର କଣ୍ଡରା ସାହି ଏବଂ ଓଡ଼ିଆ ଆଲପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୁଇ ଗାଁ ଲୋକେ ଠେଙ୍ଗା ଧରି ପରସ୍ପରକୁ ପିଟିବା ସହ ପଥର ମାଡ଼ କରିଛନ୍ତି...

vejiput police out post of ganjam khalikhote

vejiput police out post of ganjam khalikhote Photograph: (sambad.in)

ଗଞ୍ଜାମ: ଅଳିଆ ପକାଇବାକୁ ନେଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁର କଣ୍ଡରା ସାହି ଏବଂ ଓଡ଼ିଆ ଆଲପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୁଇ ଗାଁ ଲୋକେ ଠେଙ୍ଗା ଧରି ପରସ୍ପରକୁ ପିଟିବା ସହ ପଥର ମାଡ଼ କରିଛନ୍ତି । ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି ।

ବୁଧବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଯଣାରେ ଓଡ଼ିଆ ଆଲପୁର ଗାଁର ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଉତ୍ୟକ୍ତ ଲୋକେ ଗୋଟିଏ ବାଇକକୁ ଭଙ୍ଗାରୁଜା କରିଛନ୍ତି। ଏହା ସହିତ କେତେକ ପଥରମାଡ଼ରେ କିଛି ଘରର ଆଜବେଷ୍ଟ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି।

ବୁଧବାର ରାତିରେ ପଥରା କଣ୍ଡରା ସାହିର କିଛି ଲୋକେ ଟ୍ରାକ୍ଟରରେ ଅଳିଆ ଆବର୍ଜନା ଆଣି ଓଡ଼ିଆ ଆଲପୁର ଗାଁରେ ପାଖରେ ପକାଇଥିଲେ। ଓଡ଼ିଆ ଆଲପୁର ଗାଁ ଲୋକେ ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇ ଗାଁର ଲୋ‌କଙ୍କ ମଧ୍ୟରେ  ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। 

ଅଧିକ ପଢ଼ନ୍ତୁ: ପବିତ୍ର ଶାମ୍ବଦଶମୀରେ ଅର୍କକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଖବର ପାଇ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଟିମ୍ ଗାଁରେ ମୁତୟନ ହୋଇ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

ଅଧିକ ପଢ଼ନ୍ତୁ: ବିଜେପିରେ ଥମୁନି ପଦପଦବୀ ରାଜନୀତି: ଗୋଟିଏପଟେ ବିରୋଧ,ଅନ୍ୟପଟେ ସ୍ବାଗତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe