କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ୨ ବଙ୍ଗୀୟ ଯୁବକ ଗିରଫ, ୬୦କିଲୋ ଗଞ୍ଜେଇ ଜବତ

Advertisment
କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ୨ ବଙ୍ଗୀୟ ଯୁବକ ଗିରଫ, ୬୦କିଲୋ ଗଞ୍ଜେଇ ଜବତ

ଭଞ୍ଜନଗର: କନ୍ଧମାଳ ଜିଲ୍ଲାରୁ ପଶ୍ଚିମବଙ୍ଗ ଏକ କାର୍‌ରେ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଖାରିଗୁଡା ନିର୍ମାଣଧୀନ ଟୋଲ୍‌ଗେଟ୍‌ ନିକଟରୁ ୨ ବଙ୍ଗୀୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଞ୍ଜନଗର ପୁଲିସ୍‌। ଏଥିସହ ସେମାନଙ୍କ ନିକଟରୁ କାର୍‌ ସହ ୬୦.୮୩୦ କେଜି ଗଞ୍ଜେଇ ଜବତ କରିବା ସହ କେସ୍‌ ନମ୍ବର ୫୯୪ରେ ଏକ ମାମଲା ରୁଜୁ କରିବା ସହ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ପଶ୍ଚିମବଙ୍ଗ ‌ନାଡିଆ ଜିଲ୍ଲାର ରାଣା ସେଖ୍(୧୯) ଓ ସୁମନ ପରମାଣିକ୍‌କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଏସ୍‌ଆଇ କେଶବ ଷଢଙ୍ଗୀ ନିଧିଆପଲ୍ଲୀ ଛକ ଠାରେ ବ୍ଳକିଂ କରୁଥିବା ସମୟରେ କଳିଙ୍ଗା ପଟୁ ଏକ କାର୍‌ରେ ଗଞ୍ଜେଇ ଆସୁଥିବା ନେଇ ଖବର ପାଇଥିଲେ। ଏହାପରେ ସେ ଖାରିଗୁଡା ଗ୍ରାମ ନିକଟରେ ଥିବା ଟୋଲଗେଟ୍‌ ଠାରେ ଉକ୍ତ କାର୍‌କୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଏହାପରେ ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ଉପସ୍ଥିତିରେ ତାକୁ ଜବତ କରି ଉଭୟଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe