123rf.com
ବାଲିଶଙ୍କରା/କୁତ୍ରା: ଆଜି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଵାଘିଆଵେର୍ଣ୍ଣା ଜଙ୍ଗଲରେ ଜଣେ ଅଚିହ୍ନା ଯୁବତୀଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଯୁଵତୀଙ୍କ ଵୟସ ୩୦ ହୋଇଥିବା ପୁଲିସ ଅନୁମାନ କରୁଥିବା ଵେଳେ ତାଙ୍କୁ କୌଣସି ସ୍ଥାନରେ ହତ୍ୟା କରି ଜଙ୍ଗଲକୁ ଆଣି ପୋଡି ଦେବାକୁ ଉଦ୍ୟମ କରାଯାଇଥିବା ସନ୍ଦେହ କରିଛି। ଆଜି ସକାଳେ ପାଖ ଗାଁ ଲୋକ ଜାଲେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ଵେଳେ ଯୁଵତୀଙ୍କ ମୃତଦେହକୁ ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ। ଏହା ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
କୁତ୍ରା ବ୍ଲକ ଅନ୍ତର୍ଗତ ଗୁଲେପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମର ଜଣେ ମହିଳାଙ୍କ ନିର୍ଗୁଣି ଗଛରେ ଏକ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ଘଟଣା ଅନୁଯାୟୀ ଗୁଲେପଡା ଗ୍ରାମର ରାଧା ଖେସ୍ (୪୦) ନାମ୍ନି ଏକ ବିବିହିତା ଯୁବତୀ ପଡାର ଅନତି ଦୂରରେ ଥିବା ଏକ ନିର୍ଗୁଣି ଗଛରେ ଗ୍ରାମର ମହିଳା ମାନେ ନିତ୍ୟକର୍ମ ପାଇଁ ଯିବାବେଳେ ତାଙ୍କ ଝୁଲନ୍ତା ଶବ ଦେଖି ତାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲେ । ଖବର ପାଇ ମୃତା ଯୁବତୀଙ୍କ ସ୍ବାମୀ କୁତ୍ରା ପୁଲିସକୁ ଏବାବଦରେ ସୂଚନା ଦେବାପରେ କୁତ୍ରା ପୋଲିସ ଘଟଣା ସ୍ଥଳକୁ ଯାଇ ଶବ ବରାମଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ସପ୍ତାହେ ଆଗରୁ ପାରିବାରିକ ଝଗଡା ହୋଇଥିଲା । ଗତକାଲି ରାତିରେ ସମସ୍ତେ ଖାଇପିଇ ଶୋଇଲା ପରେ କେତେବେଳେ ଯାଇ ଉକ୍ତ ମହିଳା ଏପରି କରିଛନ୍ତି । ପୁଲିସ ଏହି ଘଟଣାକୁ ନେଇ ଛାନଭିନ୍ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ କାରଣ ଜଣାପଡିବ।
Follow Us