ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଶୁକ୍ରବାର ୨ଟି ହତ୍ୟାକାଣ୍ଡ ଘଟଣା ଘଟିଛି। ବଣାଇ ଥାନା ଧାତକିପୋଷ ଗାଁରେ ସ୍ୱାମୀର ଭୁଜାଲିମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ କେ. ବଲାଙ୍ଗ ଥାନା କୁଦାମୁଷା ଗାଁରେ ମଦ ପିଇବାକୁ ଟଙ୍କା ନ ମିଳିବାରୁ ମାଆକୁ ପିଟିପିଟି ପୁଅ ହତ୍ୟା କରିଛି। ହତ୍ୟା ପରେ ପୁଅ ରାଉତ ମୁଣ୍ଡା ଫେରାର ଅଛି। ପୁଲିସ ସୂଚନା ପାଇ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଉଭୟ ଘଟଣାର ତଦନ୍ତ କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us