ଜଳପ୍ରପାତ ବୁଲିସାରି ଖୁସିରେ ଫେରୁଥିବା ବେଳେ ଗଛକୁ ଧକ୍କାହେଲା ବାଇକ୍‌, ୨ ଯୁବକ ମୃତ

Advertisment
ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

Illustration Courtesy: The Hindu

ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପରେ ଜଳପ୍ରପାତ ବୁଲିସାରି ଖୁସିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ୨ ଜଣ ଯୁବକ। ସେମାନେ ରାସ୍ତାକଡ଼ରେ ଥିବା ଏକ ବଡ଼ଗଛକୁ ଧକ୍କା ଦେବା ଫଳରେ ଜୀବନ ହାରିଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବଣଚକୁଳିଆ ଗ୍ରାମ ନିକଟରେ ଏକ ବାଇକ୍‌ ଗଛରେ ପିଟି ହେବାରୁ ଦୁଇ ଯୁବକଙ୍କ ମୃୃତ୍ୟୁ ଘଟିଛି। ମୃତକମାନେ ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ପ୍ରସନ୍ନ ମଲ୍ଲିକ ଓ ଧରମା।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ପ୍ରସନ୍ନ ଓ ଧରମା ଏକ ବାଇକ୍‌ (ଓଡି-୨୨-ଏସ୍‌-୦୯୦୨)ରେ ଘଟଗାଁ ଆସିଥିଲେ। ମା’ ତାରିଣୀଙ୍କ ମୁଖ୍ୟ ଫାଟକ ଆଗରେ ମୁଣ୍ଡିଆ ମାରି ନିକଟସ୍ଥ ଗୁଣ୍ଡିଚାଘାଗିି ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ। ଫେରିବା ବେଳେ ବଣଚକୁଳିଆ ନିିକଟରେ ଭାରସାମ୍ୟ ହରାଇ ବାଇକ୍ଟି ଗଛରେ ପିଟି ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଘଟଗାଁ ଡାକ୍ତରଖାନା ଆଣିଥିଲା। ସେଠାରେ ଡାକ୍ତର ସେମାନଙ୍କୁୁ ମୃତ ଘୋଷଣା କରିଥିଲେ। ଘଟଗାଁ ପୁୁଲିସ ଶବ ଜବତ କରି ମୃୃତ ପ୍ରସନ୍ନଙ୍କ ପରିବାରଙ୍କୁ ଖବର ଦେଇଥିଲା। ଅପରାହ୍‌ଣରେ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe