ଶିଶୁ ଯତ୍ନ ଅନୁଷ୍ଠାନରୁ ନାସା ଯିବେ ଦୁଇ ଅନ୍ତେବାସୀ

Advertisment
ଶିଶୁ ଯତ୍ନ ଅନୁଷ୍ଠାନରୁ ନାସା ଯିବେ ଦୁଇ ଅନ୍ତେବାସୀ

Sambad

ଖୋର୍ଦ୍ଧା: ଭାଗ୍ୟର ବିଡ଼ମ୍ବନାରେ ପରିବାର, ମା-ବାପା, ନିଜ ଜନ୍ମ ମାଟି ଠାରୁ ଦୂରେଇ ଯାଇଥିଲେ ସତ କିନ୍ତୁ ନିଜ ଭାଗ୍ୟ ନିଜେ ଗଢ଼ି ପାରିବାର ଯେଉଁ ପୁରୁଷାର୍ଥ ତାକୁ ପ୍ରମାଣିତ କରିଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲାର କଣ୍ଟାବାଡ଼ରେ ଥିବା ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଦୁଇଜଣ ଅନ୍ତେବାସୀ- ଆଙ୍କାକ୍ଷା, ଓମ୍। ଉଭୟଙ୍କୁ ନାସା ହ୍ୟୁମାନ୍ ଏକ୍ସପ୍ଲୋରେସନ୍ ରୋଗର ଚାଲେଞ୍ଜ ଭାଗ ନେବା ପାଇଁ ଚୟନ କରାଯାଇଛି। ଆଜି ଉଭୟ ଅନ୍ତେବାସୀଙ୍କୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ କୁମାର ବେଉରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି। ସୂଚନାନୁସାରେ, ନାସାର ଏହି ପ୍ରତିଯୋଗିତାରେ ପୃଥିବୀର ୩୦ଟି ଦେଶର ୬୧ଟି ଦଳ ଭାଗ ନେବେ।

publive-image Sambad

ୟଙ୍ଗଥିଙ୍କର ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦେଶର ପ୍ରତିଭାଶାଳୀ କିଶୋରକିଶୋରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ନାସାର ଏକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଛି। ଏହି ପ୍ରକ୍ରିୟାରେ ଭାରତର ୫ ହଜାର କିଶୋରକିଶୋରୀ ଅଂଶ ଗ୍ରହଣ କରିଥିଲେ। ସେ ମଧ୍ୟରୁ ୬ଜଣ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ତିନି ଜଣଙ୍କୁ ଚୟନ କରାଯାଇଛି। ଚୟନ ହୋଇଥିବା ତିନିଜଣଙ୍କ ମଧ୍ୟରେ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଆଙ୍କାକ୍ଷା ଓ ଓମ୍ ପାଢ଼ୀ। ଆଙ୍କାକ୍ଷା ବର୍ତ୍ତମାନ ସରକାରୀ ଆଇଟିଆଇରେ ପଢ଼ୁଥିବା ବେଳେ ଓମ୍ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ର ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe