ଅଧାରେ ଲଟକିଛି ଇଟିପୁର ବ୍ରିଜ ନିର୍ମାଣ କାର୍ଯ୍ୟ, ସ୍ଥିତି ପରଖିଲେ ମନ୍ତ୍ରୀ

Advertisment
ଅଧାରେ ଲଟକିଛି ଇଟିପୁର ବ୍ରିଜ ନିର୍ମାଣ କାର୍ଯ୍ୟ, ସ୍ଥିତି ପରଖିଲେ ମନ୍ତ୍ରୀ

ଧଉଳି: ସ୍ଥାନୀୟ ଇଟିପୁର ସ୍ଥିତ ଦୟାନଦୀ ଉପରେ ନିର୍ମାଣାଧୀନ ଥିବା ବ୍ରିଜ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ଦାୟିତ୍ବରେ ଥିବା ଠିକାଦାର କାର୍ଯ୍ୟ ସଂପାଦରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହୋଇଛି ।  ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ସମୟ ଅବଧି ଏହା ଭିତରେ ଦୁଇବର୍ଷ ପୂରିବାକୁ ବସଥିବା ବେଳେ ଉପରପାର୍ଶ୍ବ ବ୍ରିଜ ଛାତ କାମ ୫୦ ପ୍ରତିଶତ ସୁଦ୍ଧା ସଂପୂର୍ଣ୍ଣ ହୋଇ ନାହିଁ । ଏନେଇ ଆଖପାଖ ୪ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଜନ ସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

ଅପରପାର୍ଶ୍ବକୁ ଯିବା ପାଇଁ ବ୍ରିଜ ଚିହ୍ନଟ ସ୍ଥାନ ସର୍ଟକର୍ଟ ଅଂଶ ହୋଇଥିବାରୁ ଲୋକମାନେ ଯାତାୟତ କ୍ଷେତ୍ରରେ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ରିଜ ନିର୍ମାଣ କାର୍ଯ୍ୟରେ ଠିକାଦାରୀ ସଂସ୍ଥାର ଅବହେଳା ସଂପର୍କରେ ଲୋକେ ଏକାମ୍ର ବିଧାୟକ ତଥା ସାମାଜିକ ନିରାପତ୍ତା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅବଗତ କରାଇଥିଲେ ।

publive-image

ଅଭିଯୋଗ ପାଇ ଆଜି ପୂର୍ବାହ୍ନରେ ଶ୍ରୀ ପଣ୍ଡା ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ସେଠାରେ ପହଞ୍ଚି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସହ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଇଟିପୁର ସରପଞ୍ଚ ନର୍ମଦା ଚନ୍ଦ୍ରମା ସାହୁ ଉପସ୍ଥିତ ଥିଲେ । ତୁରନ୍ତ ବ୍ରିଜ କାମ ଶେ‌ଷ କରିବାକୁ ମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୭/୧୮ ଆର୍ଥିକ ବର୍ଷରେ ୪ଟି ପଞ୍ଚାୟତ ଜନସାଧାରଣଙ୍କ ଯାତାୟତ ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୦ ଡିସେମ୍ବର ମାସ ଶେଷ ସୁଦ୍ଧା କାମ ଶେଷ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା । ଇତିମଧ୍ୟରେୀ ଦୁଇବର୍ଷ ବିତିଯାଇଥିବା ବେଳେ  ୫ଟି ପିଲାର ମଧ୍ୟରୁ ଗୋଟିଏ ପିଲାର ଉପରେ ଛାତ ପଡ଼ିବା କାର୍ଯ୍ୟ ସରିଛି । ଆଉ ଗୋଟିଏ ପିଲାର ଉପରେ  ରଡ଼ ବାଇଡିଂ କାମ ଚାଲିଛି । ବାକି ୩ଟି ପିଲାର ଉପରେ ଏଯାଏ ସେଣ୍ଟ୍ରିଂ କାମ ଆରମ୍ଭ ହୋଇ ନାହିଁ । ସେହିପରି ଜମି ଅଧିଗ୍ରହଣ ଆଉ ଗୋଟିଏ ପ୍ରମୁଖ ସମସ୍ୟା ଭାବେ  ଉଭା ହୋଇଛି । ବ୍ରିଜର ଉଭୟ ପାର୍ଶ୍ବ ଗୋବର୍ଦ୍ଧନପୁର ମୌଜା ଓ ଉତରାଶାସନ ମୌଜା ଅଞ୍ଚଳର ଜମି ଅଧିଗ୍ରହଣ ହୋଇ ପାରିନଥିବାରୁ ଆପ୍ରୋଚ ରାସ୍ତା ନିର୍ମାଣରେ ବାଧକ ସାଜିଛି । ଏନେଇ ମନ୍ତ୍ରୀ ଜମି ମାଲିକଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe