ଅଣ୍ଡରପାସ୍ ବଦଳରେ ଓଭରବ୍ରିଜ୍ ଦାବି: ସାଂସଦଙ୍କୁ ଭେଟିଲେ ପ୍ରତିନିଧି ଦଳ

Advertisment
ଅଣ୍ଡରପାସ୍ ବଦଳରେ ଓଭରବ୍ରିଜ୍ ଦାବି: ସାଂସଦଙ୍କୁ ଭେଟିଲେ ପ୍ରତିନିଧି ଦଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଳା କାର୍ଯ୍ୟାଳୟ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥଠାରେ ଓଭରବ୍ରିଜ୍ ପାଇଁ ସହରବାସୀଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା । ତେବେ ବର୍ତ୍ତମାନ ସେଠାରେ ଓଭରବ୍ରିଜ୍ ବଦଳରେ ଏକ ଅଣ୍ଡରପାସ୍ ନିର୍ମାଣ କରାଯାଉଛି । ଏହାକୁ ବିରୋଧ କରି ଖୋର୍ଦ୍ଧାବାସିନ୍ଦା ପ୍ରତିବାଦ କରିବା ଆରମ୍ଭ କରିଛନ୍ତି । ଆଜି ଏହି କ୍ରମରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଆଜି ଅପରାହ୍ଣରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସାଂସଦଙ୍କୁ ଭେଟିଥିଲେ । ଅଣ୍ଡରପାସ୍ ହେବା ଦ୍ୱାରା ଉପୁଜିବା ବିଭିନ୍ନ ସମସ୍ୟା ନେଇ ଅବଗତ କରାଇଥିଲେ । ଆଲୋଚନା ପରେ ଆସନ୍ତା ୫ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସାଂସଦ, ସ୍ଥାନୀୟ ବିଧାୟକ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ନାଗରିକ ସଂଗଠନର ପ୍ରତିନିଧି ଉପସ୍ଥିତ ରହି ଜାତୀୟ ରାଜପଥର ଆଂଚଳିକ କର୍ତୃପକ୍ଷଙ୍କ ଉପସ୍ଥିତିରେ ଏନେଇ ପରବର୍ତୀ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ସାକ୍ଷାତ ବେଳେ ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ଖୋର୍ଦ୍ଧା ବିଜେପି ଅଧ୍ୟକ୍ଷ ରଶ୍ମୀ ରଂଜନ ମହାପାତ୍ର, ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ସମାଜସେବୀ ସଂଜୟ ପଟ୍ଟନାୟକ, ବରିଷ୍ଠ ଓକିଲ ଶକ୍ତିଶଙ୍କର ମିଶ୍ର, ପ୍ରକାଶ ସାମନ୍ତରାୟ, ନରେନ୍ଦ୍ର ପୃଷ୍ଟି, ଶୋଭନ ଘୋଷ, ମିଟୁ ଦାସ, ବଳରାମ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧା ନାଗରିକ ମଂଚ ପକ୍ଷରୁ ସଂଜୟ ପଟ୍ଟନାୟକ ଏନେଇ ସୂଚନା ଦେଇ କହିଛନ୍ତି ଯେ ସାଂସଦଙ୍କ ସହ ଆଲୋଚନା ଫଳପ୍ରଦ ଥିଲା । ଆସନ୍ତା ୫ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ଆଲୋଚନାରେ ଦଳମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ନିର୍ମାଣସ୍ଥଳରେ ଉପସ୍ଥିତ ରହିବାକୁ ସେ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe