୩ୟ ରେଳଲାଇନ୍‌ ନେଇ ଅଣ୍ଡରପାସ ରାସ୍ତା ବନ୍ଦ

Advertisment
୩ୟ ରେଳଲାଇନ୍‌ ନେଇ ଅଣ୍ଡରପାସ ରାସ୍ତା ବନ୍ଦ

Sambad

ରାୟଗଡା: ରାୟଗଡା ସହରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ଅଣ୍ଡରପାସ ରାସ୍ତାକୁ ରେଳ ବିଭାଗ ଶୁକ୍ରବାର ବନ୍ଦ କରି ଦେଇଛି। ଏହି ରାସ୍ତା ଦେଇ ବିଜୟନଗରମ-ଟିଟଲାଗଡକୁ ଯାଉଥିବା ତୃତୀୟ ରେଳ ଲାଇନ ନିର୍ମାଣ ହେବ। ତେଣୁ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି। ପ୍ରକାଶ ଥାଉ କି, ଏହି ରାସ୍ତା ସହରର ମୁଖ୍ୟ ବଜାର, କୋର୍ଟ, ଜଗନ୍ନାଥ ମନ୍ଦିର ସହ ଅନ୍ୟ ମୁଖ୍ୟ ସ୍ଥାନକୁ ଯିବାକୁ ବାଇପାସ ରାସ୍ତା ରହିଥିଲା।ପ୍ରତିଦିନ ଏହି ରାସ୍ତାରେ ସକାଳରୁ ହିଁ ଭିଡ ଜମେ। ପ୍ରାୟତ ଅଣ୍ଡର ପାସ ରାସ୍ତାରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ହୋଇଥାଏ। ସନ୍ଧ୍ୟା ହେଲେ ଏହି ରାସ୍ତା ସମ୍ପୂର୍ଣ୍ଣ ଭିଡ ହୋଇଯାଏ। ତେବେ ଏହି ଅଞ୍ଚଳ ରେଳ ବିଭାଗର ହୋଇଥିଲେ ମଧ୍ୟ ପୌର ପରିଷଦ ତରଫରୁ ଏଠାରେ ଶିଶୁ ଉଦ୍ୟାନ ଏବଂ ରାସ୍ତା ନିର୍ମାଣ କରାଯାଇଥିଲା। ଯାହାକୁ ରେଳ ବିଭାଗ ଭାଙ୍ଗିବାସ ରକାରଙ୍କର ଲକ୍ଷାଧିକ ଟଙ୍କା ଏବେ ପାଣିରେ ପଡିଲା ବୋଲି ଲୋକେ ଆଲୋଚନା କରୁଛନ୍ତି।

publive-image Sambad

ଅଣ୍ଡରପାସ ରାସ୍ତା ବନ୍ଦ ହେବା ଫଳରେ ଅଭର ବ୍ରିଜରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଅଭର ବ୍ରିଜ ଦେଇ ପୁରୁଣା ରାୟଗଡାକୁ ଯିବାକୁ ପଡିଥାଏ। ତେଣୁ ଏହି ରାସ୍ତା ଏବେ ଦିନରାତି ଭିଡ ରହିବ ବୋଲି କୁହାଯାଇଛି। ଅଣ୍ଡର ପାସ ରାସ୍ତା ମଧ୍ୟ ଚୋରା ରାସ୍ତା ରହିଥିଲା। ତେଣୁ ଏବେ ମୁଖ୍ୟ ସଡକ ଦେଇ ହିଁ ଯିବା ଆସିବା କରିବାକୁ ପଡିବାରୁ ହୁଏତ ଆଗାମୀ ଦିନରେ ପୁଲିସକୁ ବହୁ ସହଯୋଗ କରିବ ବୋଲି ମଧ୍ୟ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe