କଟକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବୁଦ୍ଧିଜୀବୀ ସମ୍ମିଳନୀ: ମୋଦୀଙ୍କ ଅର୍ଥ ବ୍ୟବସ୍ଥା ‘ଗୋଲ୍‌ଡେନ୍‌ ପିରିୟଡ୍‌’ ଭାବେ ଲିପିବଦ୍ଧ ହେବ

Advertisment

ଲିଙ୍ଗରାଜଙ୍କ ନାମରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଦାବି

ଲିଙ୍ଗରାଜଙ୍କ ନାମରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଦାବି

କଟକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବୁଦ୍ଧିଜୀବୀ ସମ୍ମିଳନୀ: ମୋଦୀଙ୍କ ଅର୍ଥ ବ୍ୟବସ୍ଥା ‘ଗୋଲ୍‌ଡେନ୍‌ ପିରିୟଡ୍‌’ ଭାବେ ଲିପିବଦ୍ଧ ହେବ

କଟକ: ୨୦୧୪ରେ ଦେଶର ଆର୍ଥିକ ସ୍ଥିତି ଯାହା ଥିଲା, ୨୦୨୧ ବେଳକୁ ତାହା ବ୍ୟବସ୍ଥିତ ‌ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏବେ ଭାରତରେ ଅଭିବୃଦ୍ଧି ପର୍ଯ୍ୟାୟ ଚାଲିଛି। ଏହି ଅମୃତ କାଳକୁ ଆଗାମୀ ଦିନର ଇତିହାସରେ ‘ଗୋଲ୍‌ଡେନ୍‌ ପିରିୟଡ୍‌’ ଭାବେ ଲିପିବଦ୍ଧ ହେବ ‌ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କଟକ ନଗର ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ‘କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥାଯୁକ୍ତ ଭାରତର ବଜେଟ୍‌-୨୦୨୨’ ପ୍ରସଙ୍ଗକୁ ନେଇ ସାରଳା ଭବନରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସେ କହିଥିଲେ, କରୋନା ମହାମାରୀ ପାଇଁ ବିଶ୍ୱ ଅର୍ଥବ୍ୟବସ୍ଥା ତଳକୁ ଯାଉଥିବାବେଳେ ଭାରତ ବିଶ୍ୱର ୪ର୍ଥ ଅର୍ଥଶକ୍ତି ଭାବେ ଉଭା ହୋଇଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ (କ୍ୟାପିଟାଲ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ), ଶିଳ୍ପ ପ୍ରତିଷ୍ଠା ଓ ପଲିସି ରିଫର୍ମ ପାଇଁ ଭାରତ ସବୁ କ୍ଷେତ୍ରରେ ପ୍ରଗତି କରୁଛି। ଏହାର ସୁଫଳ ଆଗାମୀ ଦିନରେ ଦେଶବାସୀ ପାଇବେ।

ସେହିପରି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ସବୁଠୁ ଅଧିକ ନିବେଶ ହୋଇଥିବାରୁ ୨୦ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିଛି। ପ୍ରଧାନମନ୍ତ୍ରୀ ସବୁ କ୍ଷେତ୍ରରେ ଓଡ଼ିଶାକୁ ପ୍ରାଧାନ୍ୟ ଦେଉଥିବା ସେ ପ୍ରକାଶ କରିଥିଲେ। ଏହି ଅବସରରେ ସେ କଟକକୁ ଭାଇଚାରା, ପରମ୍ପରା, ଐତିହ୍ୟସମ୍ପନ୍ନ ସହର କହିଥିଲେ। ‘ଏଠାରେ ବିଭିନ୍ନ ଜାତି ଓ ବିଭିନ୍ନ ଗୋଷ୍ଠୀର ଲୋକ ବାସ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଏକତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଅନ୍ୟମାନଙ୍କ ପାଇଁ ଉଦାହରଣ,’ କହିଥିଲେ ଶ୍ରୀ ବୈଷ୍ଣବ। ମୁଖ୍ୟଅତିଥି ଭାବେ ବିଜେବି ରାଜ୍ୟ ସଭାପତି ସମୀର ମହାନ୍ତି କେନ୍ଦ୍ର ବଜେଟ୍‌ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କ ଦେହାନ୍ତରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। କଟକ ନଗର ଜ଼ିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବିଜେପି ନେତା ନୟନ କିଶୋର ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବ‌େଳେ ସଜ୍ଜନ ଶର୍ମା ପ୍ରସଙ୍ଗ ପରିଚାଳନା କରିଥିଲେ। ବରିଷ୍ଠ ବିଜେପି ନେତା ବିନୋଦ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଟକ ଜ଼ିଲ୍ଲା ସଭାପତି ପ୍ରକାଶ ବେହେରା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲଖ ପ୍ରସାଦ ମହାପାତ୍ର, ରାଜ୍ୟ ସଂଯୋଜକ ଠାକୁର ରଣଜିତ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ବୁଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ଗୁରୁଦତ୍ତ କର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବହୁସଂଖ୍ୟକ ବିଜେବି ନେତା, କର୍ମୀ ଓ ସହରର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସମାରୋହରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯା‌ଇଥିଲା।

ଲିଙ୍ଗରାଜଙ୍କ ନାମରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଦାବି

ଭୁବନେଶ୍ବର: ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ‌ବୈଷ୍ଣବଙ୍କୁ ଭେଟି ଲିଙ୍ଗରାଜ ରେଳ ଷ୍ଟେସନର ଉନ୍ନତୀକରଣ ଏବଂ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନାମରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବା ପାଇଁ ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ପ୍ରସଙ୍ଗକୁ ଅତି ଗୁରୁତ୍ବର ସହ ଗ୍ରହଣ କରି ଏ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe