ରେଢ଼ାଖୋଲ: ସମ୍ବଲପୁରରୁ ଭୁବନେଶ୍ବର ଫେରିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେଢ଼ାଖୋଲରେ କିଛି ସମୟ ଅଟକିଥିଲେ। ସେଠାରେ ସେ ପ୍ରଥମେ ବସ୍ଷ୍ଟାଣ୍ଡ ସ୍ଥିତ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉପସ୍ଥିତ ମହିମା ଧର୍ମର ସାଧୁଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଦଳୀୟ ନେତା ଓ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ନଗର ସଭାପତି ରାମାନୁଜ ପ୍ରଧାନ, ବରିଷ୍ଠ ବିଜେପି ନେତା ବିରଞ୍ଚି ପ୍ରଧାନ, ଅଲେଖ ପ୍ରଧାନ, ଏନ୍ଏସି ଉପାଧ୍ୟକ୍ଷ ଅନସୂୟା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ, ରବିନାରାୟଣ ପ୍ରଧାନ, ଜିଲ୍ଲା ବିଜେପି ଉପସଭାପତି ବିଚିତ୍ରାନନ୍ଦ ସାହୁ, ସୌମ୍ୟରଂଜନ ଶାସନୀ ସମେତ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।
Follow Us