ସମ୍ବଲପୁରରେ ଗର୍ଜିଲେ କେନ୍ଦ୍ରମନ୍ତ୍ରୀ, କହିଲେ- ସମ୍ମାନର ସହ ବଞ୍ଚିବାର ଅଧିକାର ଦେବା ପାଇଁ ସିଏଏ ଅଣା ଯାଇଛି

Advertisment
ସମ୍ବଲପୁରରେ ଗର୍ଜିଲେ କେନ୍ଦ୍ରମନ୍ତ୍ରୀ, କହିଲେ- ସମ୍ମାନର ସହ ବଞ୍ଚିବାର ଅଧିକାର ଦେବା ପାଇଁ ସିଏଏ ଅଣା ଯାଇଛି

ସମ୍ବଲପୁର: ସିଏଏ (ନାଗରିକତା ସଂଶୋଧନ ଆଇନ୍‌) ସମର୍ଥନରେ ଜନ ସଚେତନତା ସୃଷ୍ଟି ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର ସମ୍ବଲପୁରରେ ବିଶାଳ ଜନସଭାର ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଗୋ’ସଂପଦ ମନ୍ତ୍ରୀ ଗିରିରାଜ ସିଂହ କହିଲେ, ଆମ ପଡ଼ୋଶୀ ଦେଶରେ ୭୦ ବର୍ଷ ଧରି ଅତ୍ୟାଚାରର ଶିକାର ହୋଇ ଆସିଥିବା ଭାରତବଂଶୀମାନଙ୍କୁ ଭାରତ ବର୍ଷର ନାଗରିକତା ପ୍ରଦାନ କରି ସମ୍ମାନର ସହ ବଞ୍ଚିବାର ଅଧିକାର ଦେବା ପାଇଁ ନାଗରିକତା ସଂଶୋଧନ ଆଇନ ଅଣା ଯାଇଛି। ଏଥିରେ କୌଣସି ଭାରତୀୟଙ୍କ ନାଗରିକତା ଆଦୌ ପ୍ରଭାବିତ ହେବ ନାହିଁ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସିଏଏ (ନାଗରିକତା ସଂଶୋଧନ ଆଇଡ଼) ହେଉ ବା ମୋଦୀ ସରକାର ଆଣୁଥିବା କୌଣସି ବି ଆଇନ୍‌ ସେଥିରେ ଭାରତୀୟ ମାନଙ୍କୁ ଆଶଂକିତ ହେବାର ତିଳେ ମାତ୍ର କାରଣ ନାହିଁ।

ଭାରତୀୟ ମୁସଲମାନ ଏହି ବିଲକୁ ନେଇ ଭୟ କରିବାର କୌଣସି କାରଣ ନାହିଁ। ସେମାନେ ମଧ୍ୟ ଏହାର ସମର୍ଥନ କରୁଛନ୍ତି। କିନ୍ତୁ ଦେଶ ଭିତରେ ଥିବା ‘ଟୁକେ୍‌ଡ଼ ଟୁକଡ଼େ ଗ୍ୟାଙ୍ଗ୍‌’ ହିଁ ଭ୍ରାନ୍ତି ଓ ଅପପ୍ରଚାର ଚଳାଇଛନ୍ତି। ସେମାନେ ଚାହୁଁଛନ୍ତି ପାକିସ୍ତାନରେ, ବାଂଲାଦେଶରେ ଆମ ମା’ ଭଉଣୀଙ୍କ ଇଜ୍ଜତ ଲୁଣ୍ଠିତ ହେଉ ପଛେ ଭାରତରେ ମୋଦୀର କୌଣସି ଆଇନ୍‌ ନ ଚାଲୁ। ସେମାନେ ଜାତୀୟ ନାଗରିକତା ପଞ୍ଜିକାକୁ ବି ବିରୋଧ କରୁଛନ୍ତି। ଏହା କୌଣସି ଜନଗଣନାଠାରୁ ଭିନ୍ନ ନୁହେଁ।

publive-image

ଆଧାରକାର୍ଡ ବା ଉଜ୍ଜଳା ଗ୍ୟାସ୍‌ ପାଇଁ ଦେବାକୁ ପଡ଼ୁଥିବା ତଥ୍ୟଠାରୁ ଏଥିରେ ଅଧିକ କିଛି ଆବଶ୍ୟକ ନାହିଁ। କିନ୍ତୁ ଯେଉଁମାନେ କିଛି ଦିନ ପୂର୍ବରୁ ପ୍ରଭୁ ରାମ ଅଯୋଧ୍ୟାରେ ଜନ୍ମ ହୋଇଥିବା ନେଇ ପ୍ରମାଣ ମାଗୁଥିଲେ ସେମାନେ ଆଜି ନିଜ ନାଗରିକତ୍ୱର ସାମାନ୍ୟ ପ୍ରମାଣ ଦେବାକୁ କୁଣ୍ଠିତ। ଭାରତୀୟ ମୁସଲମାନ ଦେଶର ସମ୍ମାନସ୍ପଦ ନାଗରିକ। କିନ୍ତୁ ବାଂଲାଦେଶ, ପାକିସ୍ତାନରୁ ଅନୁପ୍ରବେଶ କରୁଥିବା ମୁସଲିମ୍‌ ଓ ରୋହିଂଗ୍ୟାମାନଙ୍କୁ ଆମେ ଦେଶରେ ସ୍ଥାନ ଦେଇ ପାରିବୁ ନାହିଁ। ବିଦେଶୀ ମୁସଲମାନ ଶରଣାର୍ଥୀଙ୍କ ପାଇଁ ସାରା ବିଶ୍ୱରେ ୫୦ରୁ ଅଧିକ ଇସଲାମୀୟ ରାଷ୍ଟ୍ର ରହିଛି। କିନ୍ତୁ ପଡ଼ୋଶୀ ଦେଶରେ ନିର୍ଯାତିତ ହିନ୍ଦୁ, ଶିଖ ଭାଇଭଉଣୀମାନେ କୁଆଡ଼େ ଯିବେ? ଦିନେ ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ୨୨% ଥିଲା ଯାହା ଆଜି ୧%କୁ ଖସି ଆସିଛି। ଆମ ଭାଇଭଉଣୀମାନେ କଣ ବଂଶବିସ୍ତାର କରିବାରେ ଅକ୍ଷମ? ସେମାନେ ପିି ପିି ଧରି ବିନା ଦୋଷରେ କଂଗ୍ରେସ୍‌ ଦଳ ଦ୍ଵାରା କରା ଯାଇଥିବା ଐତିହାସିକ ଅନ୍ୟାୟର ଶିକାର ହେଉଛନ୍ତି। ଏବେ ସେମାନଙ୍କୁ ନ୍ୟାୟ ଦେବାର ସମୟ ଆସିଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଆଇନ୍‌ ମାନବବାଦୀ।ତେଣୁ ଏହାକୁ ବହୁ ସଂଖ୍ୟାରେ ସମର୍ଥନ କରିବାକୁ ମନ୍ତ୍ରୀ ଶ୍ରୀ ସିଂହ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe