ପୋଷା କୁକୁର ପାଇଁ ଶ୍ରାଦ୍ଧ: ଯୋଗଦେଲେ ୧୦୦୦ ଲୋକ

ପୋଷା କୁକୁର ପାଇଁ ଶ୍ରାଦ୍ଧ: ଯୋଗଦେଲେ ୧୦୦୦ ଲୋକ

Sambad

ଖୋର୍ଦ୍ଧା: ଆଜିକାଲି ନିଜର ଜ୍ଞାତିକୁଟୁମ୍ବଙ୍କ ମୃତ୍ୟୁରେ ଶ୍ରାଦ୍ଧ, ତର୍ପଣ ଆଦି କରିବାକୁ ଅନେକ ପଛଘୁଞ୍ଚା ଦିଅନ୍ତି। ଏହି ସମୟରେ ‌ଘରେ ଥିବା ପୋଷା କୁକୁରକୁ ନିଜ ସନ୍ତାନ ଭଳି ଭଲ ପାଇ ତା’ର ମୃତ୍ୟୁରେ ମଣିଷଙ୍କ ଭଳି ଅନ୍ତ୍ୟେଷ୍ଟି କ୍ରିୟା କରିବା, ଶ୍ରାଦ୍ଧ କରିବା, ଶ୍ରାଦ୍ଧ ଭୋଜି ଦେବା କରିବା ଘଟଣା ନିଶ୍ଚିତ ଭାବେ ଏକ ବିରଳ ଘଟଣା। କିନ୍ତୁ ଖୋର୍ଦ୍ଧା ଜିଲ୍ଲାପରିଷଦର ପୂର୍ବତନ ସଭାପତି ତଥା ରାଜ୍ୟ ବିଜେଡି ମହିଳା ମୋର୍ଚ୍ଚାର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଓ ତାଙ୍କ ସ୍ବାମୀ ଚନ୍ଦ୍ରଶେଖର ମହାପାତ୍ର ନିଜର ପୋଷା କୁକୁର (ଗୁଲୁ ପାପା) ପାଇଁ ଏଭଳି ଶ୍ରାଦ୍ଧଦେଇଛନ୍ତି। ଆଜି ଖୋର୍ଦ୍ଧା ନବୀନବାଗ ଠାରେ ଅନୁଷ୍ଠିତ ପୋଷା କୁକୁର ଗୁଲୁ ପାପାର ଏକାଦଶାହ କାର୍ଯ୍ୟକ୍ରମରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ପଶୁପ୍ରେମୀ, ଜ୍ଞାତି ପରିଜନ ଯୋଗ ଦେଇଥିଲେ।

ସ୍ମୃତିଚାରଣ ସଭା ସହ ୧ଶହ ବ୍ରାହ୍ମଣଙ୍କୁ ଦାନ ଆଦି ଦିଆଯାଇଥିଲା। ଏନେଇ ଶ୍ରୀମତୀ ମହାପାତ୍ର କହନ୍ତି, ଗୁଲୁପାପା ସେମାନଙ୍କ ପରିବାରର ସଦସ୍ୟ ଭାବେ ୨୦୧୦ ଠାରୁ ରହି ଆସିଥିଲା। ପୋଷା କୁକୁର ଗୁଲୁପାପାର ସ୍ନେହରେ ସେମାନେ ଏତେ ବାନ୍ଧି ହୋଇ ଯାଇଥିଲେ ଯେ ତା’ର ମୃତ୍ୟୁରେ ସେମାନେ ନିଜର ସନ୍ତାନକୁ ହରାଇବା କଷ୍ଟ ପାଇଛନ୍ତି। ସେ ଏଭଳି ବିଶ୍ବସ୍ତ ଓସ୍ନେହୀ ଥିଲା ଯେ ତାଙ୍କର ଅନୁପସ୍ଥିତିରେ ସେ ଖାଦ୍ୟ ଗ୍ରହଣ କରୁନଥିଲା। ଆଜିର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମକୁ ଗୀତାଞ୍ଜଳୀ ମହାପାତ୍ର, ଜୟନ୍ତୀ ମହାପାତ୍ର ଓଅନ୍ୟ ପରିବାର ସଦସ୍ୟ ମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe