ନିଆରା ବିବାହ ଉତ୍ସବ: ବୃକ୍ଷରୋପଣ ଓ ଶୌଚାଳୟ ପ୍ରତିଷ୍ଠା କଲେ ନବଦମ୍ପତି

ନିଆରା ବିବାହ ଉତ୍ସବ: ବୃକ୍ଷରୋପଣ ଓ ଶୌଚାଳୟ ପ୍ରତିଷ୍ଠା କଲେ ନବଦମ୍ପତି

ଏରସମା: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ଗଡ଼ ହରିଶପୁର ପଞ୍ଚାୟତରେ ଥିବା ପ୍ରସିଦ୍ଧ ସରବନ୍ତ ଜଗନ୍ନାଥ ମନ୍ଦିରରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି। ଏହି ବିବାହ ଉତ୍ସବରେ ଦମ୍ପତିଦ୍ବୟ ମନ୍ଦିର ପ୍ରାଙ୍ଗଣରେ ୨୦୦ରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରିବା ସହିତ ସର୍ବସାଧାରଣଙ୍କ ପାଇଁ ନିଜ ଖର୍ଚ୍ଚରେ ଶୌଚାଳୟ ପ୍ରତିଷ୍ଠା କରିଥିଲେ। ସୂଚନାଯୋଗ୍ୟ ଏରସମା ବ୍ଲକର ଯୁବନେତା ତଥା ସମାଜସେବୀ ନିରାକର ସ୍ବାଇଁ ତାଙ୍କ ବିବାହ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ ନିଷ୍ପତ୍ତି ନେଇ ଏହି ଦୁଇ ପଦକ୍ଷେପ ନେଇଛନ୍ତି।

ସେ ତାଙ୍କ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଓ ଗ୍ରାମବାସୀଙ୍କୁ ଏକାଠି କରାଇ ବୃକ୍ଷରୋପଣ କରିବା ସହିତ ସରବନ୍ତ ଜଗନ୍ନାଥ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ନିଜ ଖର୍ଚ୍ଚରେ ଏକ ଶୌଚାଳୟ ପ୍ରତିଷ୍ଠା କରିଥିଲେ। ଏହା ଦ୍ବାରା ମନ୍ଦିରକୁ ଆସୁଥିବା ଭକ୍ତମାନେ ଉପକୃତ ହୋଇପାରିବେ। ନବ ଦମ୍ପତିଙ୍କ ଏଭଳି ଜନହିତରେ ବୃକ୍ଷରୋପଣ ଓ ଶୌଚାଳୟ ପ୍ରତିଷ୍ଠାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe