ଅବସରପରେ ମଧ୍ୟ ଘାରିଛି ଶିକ୍ଷାଦାନର ନିଆରା ନିଶା

ଅବସରପରେ ମଧ୍ୟ ଘାରିଛି ଶିକ୍ଷାଦାନର ନିଆରା ନିଶା

ଘୁ.ଉଦୟଗିରି: ପେସା ଥିଲା ଶିକ୍ଷକତା ନିଶା ଥିଲା ଶିକ୍ଷାଦାନ। ନିଜ ଚାକିରୀ କାଳ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକତା କରି ବିଦ୍ୟାଳୟମାନଙ୍କର ସୁନାମ ଅର୍ଜନ କରିବା ସହ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନୂତନ ଶିକ୍ଷା ପ୍ରଣାଳୀରେ ଶିକ୍ଷାଦାନ କରିବା ସହ ଛାତ୍ରଛାତ୍ରୀମାନେ କିଭଳି ଶୀଘ୍ର ଶିକ୍ଷାକୁ ଗ୍ରହଣ କରିପାରିବେ ବୁଝିପାରିବେ ତାକୁ ନେଇ ନୂଆ ନୂଆ କୌଶଳ ଅବଲମ୍ବନ କରି ଶିକ୍ଷାପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ନିମନ୍ତେ ମେଜିକ ମାଧ୍ୟମରେ ବିଜ୍ଞାନ ଏବଂ ଗଣିତ ଭଳି ବିଷୟକୁ ପିଲାଙ୍କୁ ଶ୍ରେଣୀରେ ବୁଝାଇ ଆକୃଷ୍ଟ କରିଚାଲିଥିଲେ | ନିଜର ଶିକ୍ଷକତା ଜୀବନ ମଧ୍ୟରେ ରାଜ୍ୟପାଳ ପୁରସ୍କାର ଏବଂ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ସରକାରୀ ଚାକିରୀରୁ ଅବସର ନେବା ପରେ ମଧ୍ୟ ନିଜ ଶିକ୍ଷାଦାନ ନିଶାକୁ ଛାଡିପାରିନାହାନ୍ତି ଶ୍ରୀଯୁକ୍ତ ସାହୁ।

ଆଜିବି କନ୍ଧମାଳ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ମେଜିକ ମାଧ୍ୟମରେ ଗଣିତ ବିଜ୍ଞାନ ପାଠ ପଢେଇ ଛାତ୍ର ଛାତ୍ରୀମାନଙ୍କ ଗହଣରେ ପ୍ରିୟପାତ୍ର ହୋଇପାରିଛନ୍ତି। ବିଦ୍ୟାଳୟ ର ପିଲାଙ୍କ ମଧ୍ୟରେ ବିଜ୍ଞାନ ଭଳି ବିଷୟକୁ ବୈଜ୍ଞାନିକ ଧାରଣା ପିଲାଙ୍କ ମନରେ ସୃଷ୍ଟି କରିବା ସକାଶେ ନିଜ ପରିବେଶରୁ ପାଠ୍ୟ ବିଷୟବସ୍ତୁକୁ ପିଲାଙ୍କୁ ସୁହାଇଲା ଭଳି ବର୍ଜ୍ୟବସ୍ତୁ ସଂଗ୍ରହ କରି ତାହାରି ମାଧ୍ୟମରେ ଓ ସ୍ବଳ୍ପ ମୂଲ୍ୟରେ ୧୫୦ରୁ ଉର୍ଦ୍ଧ୍ବ ଶିକ୍ଷଣୀୟ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ଶ୍ରୀଯୁକ୍ତ ସାହୁ। ସେହି ଶିକ୍ଷଣୀୟ ପ୍ରକଳ୍ପ ଗୁଡିକୁ ବ୍ୟବହାର କରି ପଞ୍ଚମ ଶ୍ରେଣୀଠାରୁ ଆରମ୍ବ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନର ବିଷୟବସ୍ତୁକୁ ବୁଝେଇବା ସମୟରେ ଛାତ୍ରଛାତ୍ରୀ ମାନେ ମ୍ୟାଜିକ ଦେଖିଲା ଭଳି ଅନୁଭବ କରି ଅତିଶୀଘ୍ର ଜ୍ଞାନ ଆହରଣ କରିପାରୁଛନ୍ତି। ଯାହାଫଳରେ ପିଲାମାନେ ବିଜ୍ଞାନର ଗୁଣ ତତ୍ୱ ଗୁଡିକୁ ସହଜରେ ବୁଝିପାରିବା ସହ ବିଜ୍ଞାନ ଶିକ୍ଷା ପ୍ରତି ଭୟ ଦୁରେଇ ଯାଉଛି। ଶ୍ରୀଯୁକ୍ତ ସାହୁ ନିଜେ ତିଆରି କରିଥିବା ଭ୍ରାମ୍ୟମାଣ ବିଜ୍ଞାନଗାର କୁ ସାଥିରେ ନେଇ ବିଭିନ୍ନ ବିଦ୍ୟାଳୟ ରେ ପହଞ୍ଚି ଶିକ୍ଷାଦାନ କରିଥାନ୍ତି।

publive-image

ସେଇଭଳି କଳିଙ୍ଗା ସ୍ଥିତ ବିଏଡ଼ କଲେଜ ରେ ୫ଦିନିଆ ଶିକ୍ଷାଦାନ ଉପକରଣ ପ୍ରସୂତ କାର୍ଯ୍ୟକ୍ରମ ରେ ଯୋଗଦେଇ କିଭଳି ଆଜିର ଯୁଗରେ ଛାତ୍ରଛାତ୍ରୀ ମାନେ ବିନା ବହିରେ ବିଭିନ୍ନ ଉପକରଣ ଦେଖି ତାକୁ ବ୍ୟବହାର କରି ଶିକ୍ଷାକୁ ସହଜରେ ଗ୍ରହଣ କରିପାରିବେ ସେଇ ବିଦ୍ୟାକୁ ବିଏଡ଼ କଲେଜ ଛାତ୍ର ଛାତ୍ରୀଙ୍କ ବିଜ୍ଞାନ ଏବଂ ଗଣିତ ଶିକ୍ଷାଦାନ ନିମନ୍ତେ ଆବଶ୍ୟକ ଶିକ୍ଷା ଉପକରଣ କିଭଳି ଏବଂ କେଉଁ ଉପାୟରେ ପ୍ରସ୍ତୁତ ହୋଇପାରିବ ତାକୁ ପ୍ରସ୍ତୁତ କରି ଦେଖେଇବା ସହ ତାର ଉପାଦେୟତା ଏବଂ ବ୍ୟବହାର ଶିକ୍ଷାଦାନ ପଦ୍ଧତି ଉପରେ ବିସ୍ତୃତ ଭାବେ ଶିକ୍ଷାଦାନ କରିଥିଲେ। ଆଜିର ଯୁଗ ହେଉଛି ବିଜ୍ଞାନର ଯୁଗ ଯୁଗ ଉପଯୋଗୀ ଶିକ୍ଷା ଉପକରଣ ପ୍ରସ୍ତୁତ କରି ତାକୁ ବ୍ୟବହାର କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କଲେ ପିଲା ଶୀଘ୍ର ଗ୍ରହଣ କରିବା ସହ ସହଜରେ ବୁଝି ପାରିବେ ବୋଲି ସେ ମତ ବ୍ୟକ୍ତ କରିଥିଲେ।ଏହି ପ୍ରକଳ୍ପ ପ୍ରସ୍ତୁତ ପ୍ରଶିକ୍ଷଣ ଶିବିରରେ କଳିଙ୍ଗା ବିଏଡ଼ କଲେଜ ଅଧକ୍ଷ ମନୋଜ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଦୀପକ କୁମାର ମହାନ୍ତି ପରିଚାଳନା କରିଥିଲେ ଶେଷରେ ଅଧ୍ୟାପିକା ମୋନାଲିସା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe