ଅନନ୍ୟ ପର୍ଯ୍ୟଟନସ୍ଥଳୀ ଗାଗରି ଡୁଡୁମା ଉନ୍ନତି ପାଇଁ ଉଦଲିବେଡା ପଞ୍ଚାୟତର ଉଦ୍ୟମ

ମାଲକାନଗିରି ଜିଲ୍ଲାରେ ଏଭଳି ବହୁ ପର୍ଯ୍ୟଟନ ସ୍ଥଳୀ ରହିଛି,ଯାହାର ଚିହ୍ନଟ ଆଜି ପର୍ଯ୍ୟନ୍ତ ନା ପ୍ରଶାସନ କରିପାରିଛି ନା ସରକାରଙ୍କ ନିକଟରେ ଖବର ରହିଛି। ଏଭଳି ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀକୁ ସ୍ଥାନୀୟ ପଞ୍ଚାୟତଗୁଡିକ ଚିହ୍ନଟ କରି ସେଗୁଡିକକୁ ଏବେ ଉନ୍ନତି କରିବାରେ ଲାଗିଛନ୍ତି...

Unique tourist destination Gagri Duduma

Unique tourist destination Gagri Duduma

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏଭଳି ବହୁ ପର୍ଯ୍ୟଟନ ସ୍ଥଳୀ ରହିଛି,ଯାହାର ଚିହ୍ନଟ ଆଜି ପର୍ଯ୍ୟନ୍ତ ନା ପ୍ରଶାସନ କରିପାରିଛି ନା ସରକାରଙ୍କ ନିକଟରେ ଖବର ରହିଛି। ଏଭଳି ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀକୁ ସ୍ଥାନୀୟ ପଞ୍ଚାୟତଗୁଡିକ ଚିହ୍ନଟ କରି ସେଗୁଡିକକୁ ଏବେ ଉନ୍ନତି କରିବାରେ ଲାଗିଛନ୍ତି। ଯାହାଫଳରେ ପର୍ଯ୍ୟଟକଙ୍କ ସୁଅ ଛୁଟିବ ଏବଂ ପଞ୍ଚାୟତର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ ବୋଲି କୁହାଯାଇଛି।

ଜିଲ୍ଲାର ୨୦ରୁ ଉର୍ଦ୍ଧ୍ବ ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ‘ଗାଗରି ଡୁଡୁମା‘ ଅନ୍ୟତମ। ଏହି ଗାଗରି ଡୁଡୁମା ମାଥିଲି ପଞ୍ଚାୟତର ଉଦଲିବେଡା ପଞ୍ଚାୟତ ଅଧିନରେ ରହିଛି। ଗାଗରି ଡୁଡୁମାଠାରେ ଏକ ଜଳପ୍ରପାତ ରହିଥିବା ବେଳେ ଜଳରାଶିରେ ନିର୍ମିତ କାଠରେ ତିଆରି ଝୁଲା ପୋଲ ଏବଂ ରାସ୍ତା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି।

ଏବେ ପର୍ଯ୍ୟଟନ ଋତୁ ହୋଇଥିବାରୁ ଏଠାରେ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଉଦଲିବେଡା ପଞ୍ଚାୟତ ତରଫରୁ ଘାଟ କଟିଂ କରାଯାଇ ରାସ୍ତା ମରାମତି ଆରମ୍ଭ ହୋଇଛି।

ପ୍ରତିଦିନ ଶତାଧିକ ଯାନବାହାନ ଏଠାକୁ ଆସୁଥିବାରୁ ପଞ୍ଚାୟତ ତରଫରୁ ସମସ୍ତ ଯାନବାହାନ ଠାରୁ ୫୦ ଟଙ୍କା ଲେଖାଏଁ ସହଯୋଗ ରାଶି ଆଦାୟ କରାଯାଉଛି। ଯାହାକୁ ଆଗାମୀ ଦିନରେ ଏହି ଗାଗରି ଡୁଡୁମାର ଉନ୍ନତିରେ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି। 

ନୂଆବର୍ଷରେ ଉପଲକ୍ଷେ ଏଠାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ଲୋକ ଭୋଜିର ଆସର ଜମାଇବା ସହ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ।  ଗାଗରି ଡୁଡୁମାକୁ ଯିବାପାଇଁ  ଜୟପୁରରୁ ମାଲକାନଗିରିରୁ  ଗୋବିନ୍ଦପାଲୀ ପର୍ଯ୍ୟନ୍ତ ଯିବା ପରେ ସେଠାରୁ ଖଇରପୁଟ ରାସ୍ତାର ତିନି କିଲୋମିଟର ଯିବା ପରେ ଖେମାଗୁରୁ ଗ୍ରାମ ଠାରୁ ମାତ୍ର ୨ କିଲୋମିଟର ଦୁରରେ ରହିଛି ଏହି ପର୍ଯ୍ୟଟନ ସ୍ଥଳୀ। ଭୋଜି କରିବା ଏବଂ ବୁଲିବା ପାଇଁ ଏଠାକାର ପରିବେଶ ବେଶ ଅନୁକୂଳ।

ଅଧିକ ପଢ଼ନ୍ତୁ: ମୋଦୀ ଅଜମେର ସରିଫରେ ଚାଦର ଚଢ଼ାଇବା ଉଚିତ୍ ନୁହେଁ: ହିନ୍ଦୁ ସେନା ପକ୍ଷରୁ ଅନୁରୋଧ

ଏଥିସହ ଏଠାରେ ପର୍ଯ୍ୟଟକମାନେ ଫଟୋ ଉଠାଇ ସୋସିଆଲ ମିଡିଆରେ ଏହାକୁ ପୋଷ୍ଟ କରୁଛନ୍ତି। ଏହାର ଉନ୍ନତି ହେବା ସହ ଏଠାକୁ ଯାଉଥିବା ରାସ୍ତା ନିର୍ମାଣ ହେଲେ ଆହୁରି ଅଧିକ ପର୍ଯ୍ୟଟକ ଏଠାକୁ ଆସିପାରନ୍ତେ ବୋଲି ପର୍ଯ୍ୟଟକ ଯିତେନ୍ଦ୍ର ବେଉରା,ବିକ୍ରମ ପାତ୍ର,ରଂଜିତ ଶାହା,ଦେବ ବ୍ରତ ସାନା,ପ୍ରସାଦ ନାୟକ,ଲାଲୁ ପାଳ ପ୍ରମୁଖ ପ୍ରକାଶ କରିଛନ୍ତି।

ଗାଗରି ଡୁଡୁମା ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ଏହାର ମନଲୋଭା ଝରଣା ଏବଂ ଜଳପ୍ରପାତ ଲୋକଙ୍କ ହୃଦୟକୁ ଛୁଇଁଛି। ଯିଏ ଥରେ ଏଠାକୁ ଆସେ ସେ ପୁଣି ଏଠାକୁ ଆସିବାକୁ ପସନ୍ଦ କରିବ ବୋଲି ସ୍ଥାନୀୟ ଲୋକେ କୁହନ୍ତି।

ଅଧିକ ପଢ଼ନ୍ତୁ: ଡ୍ରେସିଂ ରୁମ୍ କଥା ବାହାରକୁ ଯିବା ଉଚିତ୍ ନୁହେଁ: ନୀରବତା ଭାଙ୍ଗିଲେ ଗମ୍ଭୀର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe