ନିଆରା ଢଙ୍ଗରେ ଜନ୍ମଦିନ: ୩ ବର୍ଷର ପୁଅର ଜନ୍ମଦିନରେ ୩ ବର୍ଷର ଝିଅକୁ ରକ୍ତଦାନ କଲେ ବାପା

Advertisment
ନିଆରା ଢଙ୍ଗରେ ଜନ୍ମଦିନ: ୩ ବର୍ଷର ପୁଅର ଜନ୍ମଦିନରେ ୩ ବର୍ଷର ଝିଅକୁ ରକ୍ତଦାନ କଲେ ବାପା

Sambad

ରାୟଗଡା: ନିଜ ୩ ବର୍ଷର ପୁଅର ଜନ୍ମଦିନରେ ଅନ୍ୟ ଜଣେ ତିନିବର୍ଷର କୁନି ଝିଅ ରାଜେଶ୍ବରୀକୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି କିଶୋର ରାଓ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ। ବିପଦର ବନ୍ଧୁ ନାମକ ଏକ ପଦ୍ମପୁର ସୋସିଆଲ ଗ୍ରୁପରେ ତିନି ବର୍ଷର କୁନି ଝିଅ ରାଜେଶ୍ବରୀକୁ ଏ-ପଜିଟିଭ ରକ୍ତ ଦରକାର ବୋଲି ମଙ୍ଗଳବାର ଭାଇରାଲ ହୋଇଥିଲା। କୁନି ଝିଅ ରାଜେଶ୍ବରୀ ଦଣ୍ଡସେନା ଗୁଣପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ରକ୍ତର ଅଭାବ ହୋଇଥିବା ନେଇ ଡାକ୍ତର କହୁଥିବା କଥାକୁ ପଦ୍ମପୁରର ବିପଦରୁ ବନ୍ଧୁ  ସଦସ୍ୟ ସୁଶାନ୍ତ କୁମାର ସାହୁ କିଶୋରଙ୍କୁ ଜଣାଇଥିଲେ।

ମଙ୍ଗଳବାର ସକାଳୁ କିଶୋର ଗୁଣପୁର ମେଡିକାଲ ଯାଇ କୁନି ଝିଅକୁ ଏ-ପୋଜିଟିଭ ରକ୍ତ ଦେଇ ତାଙ୍କର ଜୀବନ ବଞ୍ଚାଇଛନ୍ତି। କିଶୋର ବିଭିନ୍ନ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିଥାନ୍ତି। ଆଜି ନିଜ ପୁଅ ମହେଶ୍ବରର ତୃତୀୟ ଜନ୍ମ ବାର୍ଷିକି ଉତ୍ସବ। ଏହି ଅବସରେ ପୁଅର ଜନ୍ମ ଦିନରେ ଆଉ ଏକ କୁନି ଝିଅକୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ବୋଲି ସେ କହିଛନ୍ତି। ଏପରି ନିଆରା ଡଙ୍ଗରେ ସେ ନିଜ ପୁଅର ଜନ୍ମ ଉତ୍ସବ ପାଳନ କରିଥିବାରୁ ଏବେ କିଶୋରକୁ ଚାରିଆଡେ ଶୁଭେଛାର ସୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe