ଉଦଘାଟନର ମାସେ ପରେ ବି କାର୍ଯ୍ୟକ୍ଷମ ହୋଇ ପାରୁନି ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ

Advertisment
ଉଦଘାଟନର ମାସେ ପରେ ବି କାର୍ଯ୍ୟକ୍ଷମ ହୋଇ ପାରୁନି ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ

Sambad

ସେମିଳିଗୁଡା: କୋରାପୁଟ ମାଣ୍ଡିଆକୁ ବିଶ୍ୱ ପ୍ରସିଦ୍ଧ କରିବା ଓ ମିଶନ ଶକ୍ତି ଜରିଆରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ହାତ ମୁଠାକୁ ଟାଣ କରିବା ଉଦ୍ଦେଶ୍ୟରେ ଗତ ଫେବୃଆରୀ ମାସ ୨୪ ତାରିଖ ଦିନ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ପଞ୍ଚାୟତ ଠାରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ କୁମାର ମହାପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟରେ ଆରମ୍ଭ ହୋଇ ପାରିନି ପ୍ରକ୍ରିୟାକରଣ କୋରାପୁଟ ଜିଲ୍ଲାର ସେମିଳିଗୁଡା ସମେତ ନିକଟବର୍ତ୍ତୀ ଅଞ୍ଚଳରେ ବହୁଳ ଭାବେ ମାଣ୍ଡିଆ ଉତ୍ପାଦନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଏକ ମାଣ୍ଡିଆ ପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବା ପରେ ହାଇଦ୍ରାବାଦର ମିଲେଟ ଗବେଷଣାକାରୀ ସଂସ୍ଥା ସହାୟତାରେ ହାଇଦ୍ରାବାଦ ଓ ତାମିଲନାଡୁରୁ ସମ୍ପୂର୍ଣ୍ଣ ପ୍ରକ୍ରିୟାକରଣ ଯନ୍ତ୍ରାଂଶ ସ୍ଥାପନ କରାଯାଇଥିଲା। ସମ୍ପୂର୍ଣ୍ଣ ୟୁନିଟକୁ ପ୍ରୋସେସିଂ ଓ ବେକିଙ୍ଗ ଦୁଇ ଭାଗରେ ବିଭକ୍ତ କରାଯାଇ ସ୍ଥାନୀୟ ଏସ୍‌ଏଚ୍‌ଜି ମହିଳାଙ୍କ ଶ୍ରମଦାନରେ ମାଣ୍ଡିଆରୁ ପ୍ରୋଟିନ ପାଉଡର, କୁକିଜ, ଉପମା ମିକ୍ସ, ଖେଚୁଡ଼ି ମିକ୍ସ, କେକ ଆଦି ପଦାର୍ଥ ତିଆରି କରି ମିଲେଟ ମିଶନ ଜରିଆରେ ସାରା ବିଶ୍ୱରେ ଏହାର ପରିଚୟ ସୃଷ୍ଟି କରିବା ପାଇଁ ଲକ୍ଷ ରଖାଯାଇ ଗତ ମାସରେ ଏହାର ଉଦଘାଟନ କରାଯାଇଥିଲେ ମଧ୍ୟ ଆଜି ଯାଏଁ ଏହା ଆରମ୍ଭ ହୋଇପାରିନାହିଁ।

ସ୍ଥାନୀୟ ମହିଳାଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବା ପାଇଁ କୋଟି ଟଙ୍କା ବ୍ୟୟରେ ଏହି ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କରାଯାଇଥିବା ବେଳେ କଣ ପାଇଁ ଏହା ଆରମ୍ଭ ହୋଇ ପାରୁନି। ଏହାର ସନ୍ତୋଷଜନକ ଉତ୍ତର କାହା ପାଖରେ ନଥିବା ବେଳେ ଧୂଳିସାତ ହେଉଛି ମାଣ୍ଡିଆକୁ ବିଶ୍ୱ ପ୍ରସିଦ୍ଧ କରିବା ଲକ୍ଷ ତେବେ ଏହାର ପରିଚାଳନା ପାଇଁ ମହିଳା ଗୋଷ୍ଠୀ ଚୟନ ହୋଇ ନଥିବାରୁ ଏହି ସମସ୍ୟା ଉପୁଜିଛି ବୋଲି କହିଛନ୍ତି। ରାଜପୁଟ ସରପଞ୍ଚ ପିତାମ୍ବର କିର୍ଷାନୀ ଅପର ପକ୍ଷେ ଗତ ସପ୍ତାହରେ ହୋଇଥିବା କଲବୈଶାଖୀ ଯୋଗୁ ୟୁନିଟର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ମରାମତି ପରେ ୟୁନିଟ ଚାଲୁ ହେବ ବୋଲି ସୂଚନା ଦେଇଛନ୍ତି ମିଶନ ଶକ୍ତି ଡିପିଏମ ଶ୍ରୀମତୀ ସସ୍ମିତା ସାମନ୍ତରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe