କଲେଜ ଛାତ୍ରୀଙ୍କ ମୋବାଇଲ ଫୋନ ଝାମ୍ପିନେଲା ଦୁର୍ବୃତ୍ତ

Advertisment
ମୋବାଇଲ୍‌ ରିଚାର୍ଜ ଆହୁରି ମହଙ୍ଗା ହେବ, ଗତବର୍ଷ ନଭେମ୍ବରରେ ୨୦% ବଢ଼ିଥିଲା

VectorStock

ବାଲିଅନ୍ତା: ଆଜି ସଂଧ୍ୟା ସାଢ଼େ ୬ଟା ସମୟରେ ପୁରୁଣା ଜଗନ୍ନାଥ ରାସ୍ତାର ସୁଦର୍ଶନ ଦେବଙ୍କ ଦାରୁପୀଠ ନିକଟରେ ଜଣେ ଦୁର୍ବୃତ୍ତ କଲେଲେ ଛାତ୍ରୀଙ୍କ ହାତରୁ ମୋବାଇଲ ଫୋନ ଝାମ୍ପି ନେଇଛି । ଏସଂପର୍କରେ ସଂପୃକ୍ତ ଛାତ୍ରୀ ଜଣକ ଆଜି ସଂଧ୍ୟାରେ ବାଳକାଟି ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ଗ୍ରହଣ କରି ପିସିଆର ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଛାନଭିନ  କରିଥିଲେ । ହେଲେ ଲୁଟେରାକୁ ଠାବ କରିବାରେ ସକ୍ଷମ ହୋଇପାରି ନାହିଁ ।

ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ଗଡ଼ଶ୍ରୀରାମପୁର ଗ୍ରାମର ରଶ୍ମିତିା ଦାସ ବାଳକାଟିରୁ ଟ୍ୟୁସନ ସାରି ସାଇକେଲରେ ଫୋନରେ କଥା ହୋଇ ଘରକୁ ଫେରୁଥିଲେ । ତାଙ୍କ ଆଗରେ ସାଙ୍ଗମାନେ ଯାଉଥିବା ବେଳେ ସେ ଫୋନରେ କଥା ହୋଇ ଯାଉଥିଲେ । ଏହାର ସୁଯୋଗ ନେଇ ଜଣେ ଯୁବକ ପଛପଟୁ ଆସି ତାଙ୍କ ହାତରୁ ମୋବାଇଲ ଫୋନ ଝାମ୍ପି ନେଇ ଚମ୍ପଟ ହୋଇଯାଇଥିଲେ । ରଶ୍ମିତା ଚୋର ଚୋର ବୋଲି ଚିତ୍କାର କରିବାରୁ ସ୍ଥାନୀୟ ଯୁବକମାନେ ପହଞ୍ଚି ପିଛା କରିଥିଲେ । ହେଲେ ଲୁଟେରା ଟଙ୍କପାଣି ବ୍ରିଜ ଅଭିମୁଖେ ଫେରାର ହୋଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe