ଧାନ ଫସଲରେ ଅଚିହ୍ନା ରୋଗ; ୫୦୦ ହେକ୍ଟର ଫସଲ ନଷ୍ଟ; ଚାଷୀ ମୁଣ୍ଡରେ ଚଡ଼କ

Advertisment
ଧାନ ଫସଲରେ ଅଚିହ୍ନା ରୋଗ; ୫୦୦ ହେକ୍ଟର ଫସଲ ନଷ୍ଟ; ଚାଷୀ ମୁଣ୍ଡରେ ଚଡ଼କ

ବଣାଇଁଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବଣାଇଁଗଡ଼ ବ୍ଲକ୍‌ ସ୍ଥିତ କୁଣ୍ଢେଇଡିହା ପଞ୍ଚାୟତର କଂସର ଓ ଟାମ୍ପରପୋଷ ଦୁଇଟି ଗ୍ରାମରେ ୫୦୦ ହେକ୍ଟରରୁ ଊର୍ଦ୍ଧ୍ବ ଚାଷ ଜମିରେ ଧାନ ଫସଲ ଅମଳ ସମୟରେ ଏକ ଅଚିହ୍ନା ରୋଗ ଦେଖିବାକୁ ମିଳିଛି। ରୋଗରେ ଧାନକେଣ୍ଡା କଳାରଙ୍ଗର ହୋଇ ଯାଇଥିବାରୁ ଧାନ ଫସଲ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। ଯାହାଫଳରେ ଚାଷୀଙ୍କ ମଧ୍ୟରେ ଚିନ୍ତା ଖେଳିଯାଇଛି।

କଂସର ଓ ଟାମ୍ପରପୋଷ ଚାଷୀମାନଙ୍କ କହିବା ମୁତାବକ, ସେମାନେ ନିଜ ନିଜ ଜମିରେ ୯୬୦ ଟଙ୍କା ମୂଲ୍ୟର ଏମସି-୧୩ ବିହନ ଆଣି ଚାଷ କରିବା ସହିତ ରୋଗପୋକ ପାଇଁ ଔଷଧ ଦେଇଥିଲେ। ତେବେ ଠିକ୍‌ ଧାନ ଅମଳ ସମୟରେ ଧାନଗଛସବୁରେ ଧାନକେଣ୍ଡା କଳା ହୋଇ ଯାଇଥିବାରୁ ସେମାନେ ଏବେ ନିରୁପାୟ ହୋଇପଡିଛନ୍ତି। ଏହି ଧାନକୁ ସେମାନେ ନା ବିକ୍ରୟ କରିପାରିବେ ନା ଖାଇ ପାରିବେ ନା ଲ୍ୟାମ୍ପ୍‌ସରେ ବିକ୍ରି କରିପାରିବେ। ତେଣୁ ଗୁଜୁରାଣ ମେଣ୍ଟାଇବାକୁ ଅସୁବିଧାରେ ପଡ଼ିବେ ବୋଲି ପ୍ରକାଶ କରିଛନ୍ତି। ପାଖଆଖର ଇଲାକାର ଅନ୍ୟ ଚାଷୀମାନେ ମଧ୍ୟ ଏହି ରୋଗ ବ୍ୟାପିବାର ଆଶଙ୍କା କରି ଭୟଭୀତ ଅଛନ୍ତି। ତେଣୁ ଏ ଦିଗରେ କୃଷି ବିଭାଗ ତୁରନ୍ତ କିଛି ପଦକ୍ଷେପ ନେବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe