ଅନୁଗୁଳ: ଯୁବକଙ୍କ ତଣ୍ଟିକାଟି ହତ୍ୟା

Advertisment
ଅନୁଗୁଳ: ଯୁବକଙ୍କ ତଣ୍ଟିକାଟି ହତ୍ୟା

ଅନୁଗୁଳ: ଆଜି ସକାଳୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ପାଇକସାହି- ଠାକୁରଗଡ଼  ରାସ୍ତାର ଗୋକଣ୍ଡା ନନ୍ଦତଇଲା ପୋଲ ତଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଜିନ୍‌ ପ୍ୟାଣ୍ଟ ପରିହିତ ଏହି ଯୁବକଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ତାଙ୍କୁ ପୋଲ ତଳକୁ ଫିଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଛି। ଯୁବକଙ୍କ ବୟସ ପ୍ରାୟ ୩୦ ବର୍ଷ ହୋଇଥିବା ବେଳେ ତାଙ୍କ ପରିଚୟ ମିଳି ପାରି ନାହିଁ। ତେବେ ଯେଉଁ ପୋଲ ତଳେ ଯୁବକଙ୍କ ମୃତ ଦେହ ପଡ଼ିଛି, ସେହି ପୋଲ ଉପରେ ମଦବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ିଥିବାରୁ ଏକାଧିକ ବ୍ୟକ୍ତି ମଦ୍ୟପାନ କରିବା ସହିତ ଏହି ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ଖବରପାଇ ଠାକୁୁରଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe