ଡାକ୍ତରଖାନା ପରିସରରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

Advertisment
ଡାକ୍ତରଖାନା ପରିସରରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

iStock

ସୋର: ସୋର ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ହୋଇଥିବା ମହିଳା ଓ ଶିଶୁ ସୁରକ୍ଷା ଗୃହର ପ୍ରଥମ ତାଲା ସିଡ଼ି ପାହାଚ ନିକଟରେ ଜଣେ ବ୍ୟକ୍ତି ବେକରେ ଗାମୁଛା ଦେଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସିଡି ପାହାଚରେ ଥିବା ଫାୟାର ରେଲିଂରେ ବେକରେ ଗାମୁଛା ଲଗାଇ ବ୍ୟକ୍ତି ଜଣଙ୍କୁ ଝୁଲିଥିବା ଅବସ୍ଥାରେ କିଛି ଲୋକ ଦେଖିଥିଲେ। ପରେ ଡାକ୍ତରଖାନା କର୍ତୃପକ୍ଷ ସୋର ପୁଲିସକୁ ଖବର ଦେଇଥିବା ବେଳେ ସୋର ପୁଲସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ବ୍ୟକ୍ତି ଜଣଙ୍କର ପରିଚୟ ମିଳିନଥିବା ବେଳେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ବୁଲୁଥିବା ସିକ୍ୟୁରିଟିଗାର୍ଡ ମାନେ ଦେଖିଥିବା କହିଛନ୍ତି। ଏହାଛଡା ବ୍ୟକ୍ତି ଜଣଙ୍କ ଦୁଇଦିନ ତଳେ ବଡ଼ଖୁରି ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲେ ବୋଲି ପୁଲିସକୁ ଖବର ଦିଯାଇଥିଲା। ପୁଲିସ ତାଙ୍କୁ ସେଠାରୁ ଆଣି ତାଙ୍କ ଗୋଡ଼ରେ କ୍ଷତ ହୋଇଥିବାରୁ ଡାକ୍ତରଖାନାରେ ଚିକିତ୍ସା କରାଇଥିବା ଜଣାପଡିଛି।

ଖବର ଲେଖାଯିବା ପର୍ଯ୍ୟନ୍ତ ବ୍ୟକ୍ତିଙ୍କର ପ୍ରକୃତ ପରିଚୟ ମିଳିପାରିନଥିବା ବେଳେ ସେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି କିଛି ଲୋକ ପ୍ରକାଶ କରିଛନ୍ତି। ତାଙ୍କର ଗୋଡ଼ ସମ୍ପୂର୍ଣ୍ଣ ରୂପେ ତଳେ ଲାଗିଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା ପରେ ଏଠାରେ କେହି ଝୁଲାଇ ଦେଇଛି ତାହା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସୋର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe