ଶବକୁ ଅସମ୍ମାନ: ସାଇକେଲରେ ବୋହିନେଲେ

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ବିନିକା: ଶୁକ୍ରବାର ରାତ୍ରରେ ବିନିକା ଡାକ୍ତର ଖାନାରୁ ଶବକୁ ସାଇକେଲ ରେ ଲଦି ନେଉଥିଵାର ପରିଲକ୍ଷିତ ହୋଇଛି। ରାଜ୍ୟରେ କେତେ ବେଳେ କାନ୍ଧରେ ଶବ ବୁହା ହେଉଛି ତ ଆଉଁ କେତେ ବେଳେ ରିକ୍ଟାରେ ଡାକ୍ତରଖାନାରୁ ଶବକୁ ମାଗଣାରେ ନେବା ପାଇଁ ସରକାର ମହା ପ୍ରୟାଣ ଗାଡିର ବ୍ୟବସ୍ଥା ମଧ୍ୟ କରିଛନ୍ତି ।ହେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଜଂନ ପୂଜାରୀଙ୍କ ଜିଲ୍ଲାରେ ମିଳୁନି ମହାପ୍ରୟାଣ ଗାଡି ।ଯେଉଁଥିପାଇଁ ସାଇକେଲରେ ବୁହା ହୋଇଛି ଶବ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ।

ବିନିକା ଥାନା ମେଘଲା ଗାଁର ଅସହାୟ ମହିଳା ରୁକ୍ମଣୀ ସାହୁ (୮୦)ଙ୍କ ସ୍ଵାସ୍ଥ୍ୟବସ୍ତା ଖରାପ ହେବାରୁ ତାଙ୍କ ଘରେ ଆଉ କେହିନଥିବାରୁ ମେଘଲା ଗାଁର ସାନ୍ତନୁ ଗୁରୁ ନାମକ ଜଣେ ବ୍ୟକ୍ତି ବିନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।କିନ୍ତୁ ଚିକିତ୍ସାଧନ ଅବସ୍ତାରେ ଅଶଂଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ପ୍ରକାଶ କରିଛନ୍ତି ।ତେବେ ଅଶୁଘାତରେ ମୃତ୍ୟୁ ବରଣ କରିଥିବାରୁ ଶବ ନେବାପାଇଁ ସରକାରଙ୍କ ମହାପ୍ରୟାଣ ଗାଡି ମଧ୍ୟ ମିଳିଲାନାହିଁ ।ଶବକୁ ନେବାପାଇଁ କୌଣସି ଉପାୟ ପାଇନଥିଲେ । ।ଫଳରେ ବିନିକା ସହରର ବିଜେପି ନେତା ମାନଙ୍କୁ କହିବାପରେ ବିଜେପି ନେତା ପ୍ରଶାନ୍ତ ଦଣ୍ଡସେନା ମହାପ୍ରୟାଣ ଗାଡିପାଇଁ ଫୋନଯୋଗେ ସୁବର୍ଣ୍ଣପୁର ସିଡିଏମଓଙ୍କୁ ଯୋଗାଯୋଗ କରିଥିଲେ ବି ସିଡିଏମଓ ମିଶନ ଶକ୍ତି ମହିଳା ମାନଙ୍କୁ କୁହନ୍ତି ବୋଲି କହିଥିଲେ ।ଫଳରେ କୈାଣସି ଉପାୟ ନମିଳିବାରୁ ବାଧ୍ୟହୋଇ ବୃଦ୍ଧାଙ୍କ ଶବକୁ ସାଇକେଲରେ ବୋହି ମେଡିକାଲରୁ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe