ଡ୍ରାଇଭରଙ୍କୁ ପିଟିଲେ ଦୁର୍ବୃତ୍ତ, ଲୁଟିନେଲେ ଟଙ୍କା

ମାଛଗାଡ଼ିରୁ ଏକଲକ୍ଷ ଟଙ୍କା ଲୁଟ୍‌, ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଜାରି

କୋରେଇ: କୋରେଇ ଥାନା ଅନ୍ତର୍ଗତ ବେଣାପୁର ବାଇପାସ୍‌ ନିକଟରେ ବିଶ୍ରାମ ନେଉଥିବା ଦୁଇଜଣ ଉତ୍ତରପ୍ରଦେଶ ଟ୍ରକ୍‌ ଡ୍ରାଇଭରଙ୍କ ଠାରୁ କେତେକ ଦୁର୍ବୃତ୍ତ ଟଙ୍କା ଓ ତେଲ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଡ୍ରାଇଭରମାନେ କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଅଭିଯୋଗର ତଦନ୍ତ କରୁଛି। ଅଭିଯୋଗ ମୁତାବକ, ଉତ୍ତରପ୍ରଦେଶ ବରେଲୀ ଅଞ୍ଚଳର ଦୁଇ ଡ୍ରାଇଭର ରାସିଦ୍‌ ଖାନ୍ ଓ ନନେ ଖାନ୍ ଦୁଇଟି ୧୬ ଚକିଆ ଟ୍ରକ୍‌ (ସିଜି-୦୪ଏମ୍‌ଡି-୦୯୨୫) ଏବଂ (ସିଜି-୦୪ଏମ୍‌ଜେ-୬୪୭୦) ମାଲ୍ ବୋଝେଇ କରି କଳିଙ୍ଗନଗରସ୍ଥିତ ଭିସା କାରଖାନାକୁ ଯାଉଥିଲେ।

ବିଳମ୍ବିତ ରାତିରେ ବେଣାପୁର ନିକଟରେ ଅଟକି ରହି ଗାଡ଼ି ଭିତରେ ଶୋଇଥିଲେ। ବାଇକ୍‌ରେ ଆସି କିଛି ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିବା ସହ ଗାଡ଼ିରେ ଥିବା ନଗଦ ୨୬ ହଜାର ଟଙ୍କା, ମହଜୁଦ୍‌ ଡିଜେଲ୍, ଦୁଇଟି ମୋବାଇଲ୍ ଓ ଅନ୍ୟାନ୍ୟ କାଗଜପତ୍ର ଲୁଟି ନେଇଥିଲେ। ଏନେଇ ସକାଳୁ ଟ୍ରକ୍‌ ଚାଳକ ଦ୍ବୟ ନିକଟସ୍ଥ ଲୋକଙ୍କୁ କହିବା ପରେ କୋରେଇ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଟ୍ରକ୍‌ ଗୁଡ଼ିକର ମାଲିକଙ୍କୁ ଖବର ଦିଆଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe