କଳିଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରୁଣ ତ୍ରିପାଠୀଙ୍କ ଅକାଳ ବିୟୋଗ

ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ତ୍ରିପାଠୀଙ୍କର ଅକାଳ ବିୟୋଗ ଘଟିଛି। ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ସକାଳ ୭ଟା ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ପ୍ରଦାନ କରିଥିଲେ...

untimely demise of Arun Tripathi, principal of Kealinga High School

untimely demise of Arun Tripathi, principal of Kealinga High School Photograph: (sambad.in)

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ତ୍ରିପାଠୀ (୫୯)ଙ୍କର ଅକାଳ ବିୟୋଗ ଘଟିଛି। ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସକାଳ ୭ଟା ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଏବଂ କଳିଙ୍ଗା ଛକ ଭ୍ରମଣ କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ସହିତ ବାହାରିଥିଲେ । କଳିଙ୍ଗା ଛକରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

କିଛି ସମୟ ପରେ ସେ ବିଦ୍ୟାଳୟକୁ ଫେରିଥିଲେ ଏବଂ ବିଦ୍ୟାଳୟ ଚେୟାର ଉପରେ ବସିଥିଲେ । ବସିଥିବା ଅବସ୍ଥାରେ ସେ ଚେତାଶୂନ୍ୟ ହୋଇ ଯାଇଥିଲେ । 

କିଛି ସମୟ ପରେ ପୂର୍ବାହ୍ନ ୧୦ଟା ୧୫ରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସାର୍‌ଙ୍କୁ ଉଠେଇଥିଲେ କିନ୍ତୁ ସାର୍ ଉଠି ନଥିଲେ । ସଙ୍ଗେ ସଙ୍ଗେ ଯୁବ ସମାଜସେବୀ ଆମନଚନ୍ଦ୍ର ନାୟକ, ଧରଣୀ ଧର ପ୍ରଧାନ , ମାର୍କେସ ମଲ୍ଲିକ ଏବଂ ସ୍କୁଲ ଷ୍ଟାଫ୍ ସାର୍‌ଙ୍କୁ ଅଟୋ ମାଧ୍ୟମରେ ପ୍ରଥମେ କଳିଙ୍ଗା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରକୁ ନେଇଥିଲେ ତାପରେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଥିଲେ । ସେହି ସମୟରେ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଉପସ୍ଥିତ ଥିଲେ ।  ତାଙ୍କର ଶେଷ ଦର୍ଶନ ନିମନ୍ତେ କଳିଙ୍ଗା ଛକରେ ତାଙ୍କ ମର ଶରୀରକୁ ରଖାଯାଇଥିଲା ଏବଂ ଅନେକ କଳିଙ୍ଗା ଗ୍ରାମବାସୀ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ ଓ ତାଙ୍କ ମର ଶରୀରକୁ ବ୍ରହ୍ମପୁର ତାଙ୍କ ବାସଭବନକୁ ନିଆଯାଇଥିଲା । କଳିଙ୍ଗା ଗ୍ରାମବାସୀଙ୍କ ତରଫରୁ ସନ୍ଧ୍ୟା ସମୟରେ  ଏକ ବିରାଟ କ୍ୟାଣ୍ଡଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ରଟିଙ୍ଗିଆରେ ସାଧାରଣତନ୍ତ୍ର ଦିବସରେ ୪୯ଜଣ ଅବସରପ୍ରାପ୍ତ ସୈନିକ ସମ୍ବର୍ଦ୍ଧିତ

କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୩୮ ବର୍ଷ  ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟ କରି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ଥିଲେ । ଆଗାମୀ ଜୁନ ମାସରେ ତାଙ୍କର ଅବସର ଗ୍ରହଣ କରିବାର ଥିଲା ।

ଗତ ୬ ମାସ ହେବ ସେ ପ୍ରଧାନ ଶିକ୍ଷକ ଦାୟିତ୍ଵରେ ଥିଲେ ଏହି ୬ ମାସ ମଧ୍ୟରେ ବିଦ୍ୟାଳୟ ନିମନ୍ତେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥିଲେ ।

ଅଧିକ ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ ବର୍ଷ ବୟସ୍କା ସିଂହୀ ରେୱାର ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe