ବନବିଭାଗ ହାତରେ ଧରାଦେଲା ଅସୁସ୍ଥ ଦନ୍ତା; ଟ୍ରାଙ୍କୁଲାଇଜ୍‌ ପରେ ଚିକିତ୍ସା ହେଲା

Advertisment

ଗୋଡ଼ ଦୁଇ ନଖ ମଝିରେ ହୋଇଥିଲା ସଂକ୍ରମଣ

ଗୋଡ଼ ଦୁଇ ନଖ ମଝିରେ ହୋଇଥିଲା ସଂକ୍ରମଣ

ବନବିଭାଗ ହାତରେ ଧରାଦେଲା ଅସୁସ୍ଥ ଦନ୍ତା; ଟ୍ରାଙ୍କୁଲାଇଜ୍‌ ପରେ ଚିକିତ୍ସା ହେଲା

Sambad

ଖୁଣ୍ଟୁଣୀ: ଖୁଣ୍ଟୁଣୀ ବନାଞ୍ଚଳ ବ୍ରାହ୍ମଣବସ୍ତ ରିଜର୍ଭ ଜଙ୍ଗଲରେ ୧୫ଦିନ ହେଲା ଅସୁସ୍ଥ ହୋଇ ବୁଲୁଥିବା ଦନ୍ତାହାତୀକୁ ଶେଷରେ ଖୁଣ୍ଟୁଣୀ ବନବିଭାଗ କାବୁ କରିଛି। ଦୁଇ ଦୁଇ ଥର ବିଫଳ ହେବାପରେ ବୁଧବାର ସନ୍ଧ୍ୟାରେ ବ୍ରାହ୍ମଣବସ୍ତ ରିଜର୍ଭ ଅନ୍ତର୍ଗତ ବେରଣାବନ୍ଧ ନିକଟରେ ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ହାତୀର ସମ୍ମୁଖ ଭାଗ ଡାହାଣ ଗୋଡ଼ର ନଖ କୋଣରେ ହୋଇଥିବା ସଂକ୍ରମଣକୁ ଚିକିତ୍ସା କରାଯାଇଛି। ଚିକିତ୍ସା ପରେ ହାତୀ ରିଜର୍ଭ ଜଙ୍ଗଲରେ ସ୍ୱାଭାବିକ ଭାବେ ବୁଲିବା ସହ ଖାଦ୍ୟ ଗ୍ରହଣ କରିଛି ବୋଲି ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂହ ମାଥୁର ଗୁରୁବାର ସୂଚନା ଦେଇଛନ୍ତି। ସୂଚନାଥାଉକି ଗତ ୧୦ ତାରିଖ ଦିନ ଖୁଣ୍ଟୁଣୀ ବନବିଭାଗର ଏଲିଫ୍ୟାଣ୍ଟ ସ୍କ୍ୱାଡ୍‌ର ସଦସ୍ୟମାନେ ପାଟ୍ରୋଲିଂ କରୁଥିବା ବେଳେ ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ଛୋଟେଇ ଛୋଟେଇ ବୁଲୁଥିବା ଦେଖିଥିଲେ।

ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ଚିକିତ୍ସା ପାଇଁ ଆଠଗଡ଼ ଡିଏଫଓଙ୍କ ତତ୍ତ୍ବାବଧାନରେ ଟ୍ରାଙ୍କୁଲାଇଜର ଟିମ୍‌ ଓ ବନବିଭାଗର ଏକ ୪୦ ଜଣିଆ ଟିମ୍‌ ଗତ ୧୬ ଓ ୧୭ ତାରିଖ ୨ ଦିନ ଦିନ ବ୍ରାହ୍ମଣବସ୍ତ ଜଙ୍ଗଲରେ ଡେରା ପକାଇଥିଲେ। କିନ୍ତୁ ହାତୀକୁ ଟ୍ରାଙ୍କୁଲାଇଜ୍‌ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ବୁଧବାର ସନ୍ଧ୍ୟାରେ ଟ୍ରାଙ୍କୁଲାଇଜ୍‌ ସମୟରେ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ, ଏସିଏଫ ଘନଶ୍ୟାମ ମୁଦୁଲି, ରେଞ୍ଜ୍‌ ଅଫିସର ଗଜେନ୍ଦ୍ର ପାଲ ମାଥୁରଙ୍କ ସହିତ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ୍‌ର ଟ୍ରାଙ୍କୁଲାଇଜର ଏକ୍ସପର୍ଟ ତଥା ବନ୍ୟପ୍ରାଣୀ ବିଭାଗ ଡାକ୍ତର କିଶୋର ସାହୁ, ଖୁଣ୍ଟୁଣୀ ଏବଂ ଆଠଗଡ଼ ରେଞ୍ଜର ବନ କର୍ମଚାରୀ, ପାରା ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe