ଉପରକୋଲାବ ପ୍ରକଳ୍ପ ପାର୍କର ପୁନଃରୁଦ୍ଧାର ସହ ମ୍ୟୁଜିୟମ୍ ଖୋଲିବା ପାଇଁ ପ୍ରସ୍ତୁତି

ଉପରକୋଲାବ ପ୍ରକଳ୍ପ ପାର୍କର ପୁନଃରୁଦ୍ଧାର ସହ ମ୍ୟୁଜିୟମ୍ ଖୋଲିବା ପାଇଁ  ପ୍ରସ୍ତୁତି

ଜୟପୁର : ପର୍ଯ୍ୟଟକଙ୍କୁ କୋରାପୁଟ ଜିଲ୍ଲା ପ୍ରତି ଅଧିକାରୁ ଅଧିକା ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡିଛି। ଏହି କ୍ରମରେ ଜୟପୁର ସହର ଓ କୋରାପୁଟ ଜିଲ୍ଲା ସଦରମହକୁମା ମଝିରେ ଥିବା ଉପରକୋଲାବ ଜଳସେଚନ ପ୍ରକଳ୍ପକୁ ପ୍ରଶାସନ ପ୍ରମୁଖତା ଦେଇଛି।

ଆଜି ଜିଲ୍ଲାପାଳ ମହମ୍ମଦ ଆବଦଲ୍ ଆକ୍ତର ଉପରକୋଲାବ ଜଳଭଣ୍ଡାର, ପାର୍କ, ପିକନିକ୍ ସ୍ପଟ ଆଦି ବୁଲି ଦେଖିଥିଲେ। ଏସବୁର ପୁନଃରୁଦ୍ଧାର କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏଥିରେ ନୂଆରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକଳ୍ପ ସଂପର୍କରେ ଜାଣିବା ପାଇଁ ଛୋଟିଆ ଅତ୍ୟାଧୁନିକ ମ୍ୟୁଜିୟମ୍ ସହ ଅଡିଓ ଭିଡିଓ ଗ୍ୟାଲେରୀ ନିର୍ମାଣ କରିବା ପ୍ରସ୍ତାବ ବି ରଖାଯାଇଥିଲା।

ପୂର୍ବରୁ ଜଳଭଣ୍ଡାର ମଧ୍ୟରେ ପର୍ଯ୍ୟଟକ ମାନେ ବୋଟିଂ କରି  ଏହାର ମଜା ନେଇ ଆସୁଥିବା ବେଳେ ସଂପ୍ରତି ଏହା ବନ୍ଦ ରହିଛି। ଏସଂପର୍କରେ ବି ଜିଲ୍ଲାପାଳ ପଚାରି ବୁଝିବା ସହ ଏହାକୁ ପୁଣି ଆରମ୍ଭ କରିବାକୁ ଆଲୋଚନା କରିଥିଲେ।  ୨କୋଟି ଟଙ୍କାର ବ୍ୟୟବରାଦରେ ସମସ୍ତ ପ୍ରକଳ୍ପର ସଂପୁର୍ଣ୍ଣ ବିବରଣୀ ରିପୋର୍ଟ ସହ  ଡିଜାଇନ୍ ପ୍ରସ୍ତୁତ କରି ଦେବା ପାଇଁ ଉପରକୋଲାବ ପ୍ରକଳ୍ପର ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏଥିରେ ଓଏଚପିସିର ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ବେଲ୍ଲାନା କୋଣ୍ଡଲ ରାଓ,  ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ସରୋଜ ସାହୁ, ସହକାରୀ ଯନ୍ତ୍ରୀ, ଜେଇ ଏନକେ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe