ଦୀର୍ଘଦିନ ପରେ ଗଡ଼ିବ ରେଳ: ବାରିପଦା ଷ୍ଟେସନରୁ ଛାଡ଼ିବ ୟୁପିଏସସି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌

Advertisment

ଅକ୍ଟୋବର ୩ ରାତି ୧୧.୫୫ରେ ବାରିପଦାରୁ କଟକ ଅଭିମୁଖେ ଛାଡ଼ିବ

ଅକ୍ଟୋବର ୩ ରାତି ୧୧.୫୫ରେ ବାରିପଦାରୁ କଟକ ଅଭିମୁଖେ ଛାଡ଼ିବ

ମେ’ ୨୩ ଯାଏ ୬ ଯୋଡ଼ା ଟ୍ରେନ୍‌ ବାତିଲ୍‌

Photo: Odisha bytes

ବାରିପଦା: ‌କରୋନା କାରଣରୁ ହୋଇଥିବା ଲକ୍‌ଡାଉନ ଆରମ୍ଭରୁ ବାରିପଦା ଷ୍ଟେସନରୁ ଗଡ଼ୁନି ଟ୍ରେନ୍‌। ତେବେ ପୁଣିଥରେ ବାରିପଦା ଷ୍ଟେସନରୁ ଟ୍ରେନ୍‌ ଗଡ଼ିବ। ୦୭୯୨୫ ନମ୍ବର ବିଶିଷ୍ଟ ୟୁପିଏସସି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ଅକ୍ଟୋବର ୩ ତାରିଖ ରାତି ୧୧.୫୫ରେ ବାରିପଦାରୁ କଟକ ଅଭିମୁଖେ ଛାଡ଼ିବ। ବାରିପଦା ପରେ ବେତନଟୀ, ରୂପ୍‌ସା, ବାଲେଶ୍ବର, ସୋରୋ, ମାର୍କେଣା, ଭଦ୍ରକ, ଯାଜପୁର ହୋଇ କଟକରେ ସକାଳ ୫.୧୫ରେ ପହଞ୍ଚିବ। ତା’ପରଦିନ ୪ ତାରିଖରେ ସନ୍ଧ୍ୟା ୫.୪୦ରେ କଟକରୁ ଏହି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ପୁନର୍ବାର ପରୀକ୍ଷାର୍ଥୀଙ୍କୁ ଧରି ବାରିପଦା ଫେରିବ। ଏହି ଟ୍ରେନ୍‌ରେ ୨୦ଟି ବଗି ରହିଥିବା ଜଣାପଡ଼ିଛି। ପରୀକ୍ଷାର୍ଥୀ କିମ୍ବା ସେମାନଙ୍କର ଅଭିଭାବକ ଆଡମିଟ୍‌ କାର୍ଡ ସହିତ ରିଜର୍ଭେସନ ଟ‌ିକେଟ୍‌ ଦେଖାଇ ଯାତ୍ରା କରିପାରିବେ। ସାନ୍ତ୍ରାଗାଚ୍ଛିରୁ ଏହି ଟ୍ରେନ୍‌ ସମ୍ପୂର୍ଣ୍ଣ ବିଶୋଧିତ ହୋଇ ବାରିପଦା ଆସିବ। ୟୁପିଏସସି ପରୀକ୍ଷା ନିମନ୍ତେ ଅତିରିକ୍ତ ଭିଡ଼କୁ ଏଡ଼ାଇବା ସହିତ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏହି ଟ୍ରେନ୍‌ ଚଳାଚଳ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe