ଅର୍ବାନ ବ୍ୟାଙ୍କ ନିର୍ବାଚନ: ଦିଲୀପଙ୍କ ପ୍ୟାନେଲରେ ୩ ପ୍ରାର୍ଥୀ ନିଦ୍ବର୍ନ୍ଦରେ ବିଜୟୀ

Advertisment
ଅର୍ବାନ ବ୍ୟାଙ୍କ ନିର୍ବାଚନ: ଦିଲୀପଙ୍କ ପ୍ୟାନେଲରେ ୩ ପ୍ରାର୍ଥୀ ନିଦ୍ବର୍ନ୍ଦରେ ବିଜୟୀ

ରାଉରକେଲା: ଆସନ୍ତା ୧୯ରେ ହେବାକୁ ଯାଉଥିବା ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ (ନିର୍ଦ୍ଦେଶକ)ଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପରେ ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲରେ ତିନି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ରକୁ ନାକଚ କରିଛନ୍ତି ନିର୍ବାଚନ ଅଧିକାରୀ ତଥା ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାର। ଫଳରେ ଦିଲୀପ ମହାପାତ୍ରଙ୍କ ପ୍ୟାନେଲ୍‌ରେ ତିନି ପ୍ରାର୍ଥୀ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ୱାର୍ଡ ନଂ ୧ରୁ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓରଫ ବାବୁଲା, ୱାର୍ଡ ନଂ ୭ରୁ ଶଙ୍କର ଜେନା ଓ ୱାର୍ଡ ନଂ ୧୫ରୁ ସୁଜିତ ଦାସ। ଅର୍ଥାତ୍‌ ଏହି ତିନିଟି ୱାର୍ଡରେ ନିର୍ବାଚନ ହେବ ନାହିଁ। ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲ୍‌ରୁ ୱାର୍ଡ ନଂ ୧ରୁ ଆଦିତ୍ୟ ମହାପାତ୍ର, ୱାର୍ଡ ନଂ ୭ର ସୁଦର୍ଶନ ମିଶ୍ର ଓ ୱାର୍ଡ ନଂ ୧୫ରୁ ଲକ୍ଷ୍ମୀଧର ପାଣିଗ୍ରାହୀ ନିର୍ବାଚନ ଲଢ଼ି ପାରିବେ ନାହିଁ। ଅବଶିଷ୍ଟ ୱାର୍ଡ ୨, ୩, ୪, ୫, ୬, ୮, ୯, ୧୦, ୧୧, ୧୨, ୧୩ ଓ ୧୪ରେ ନିର୍ବାଚନ ହେବ।

ଦିଲୀପଙ୍କ ପ୍ୟାନେଲ୍‌ରେ ୨ ନଂ ୱାର୍ଡରୁ ରବିନ୍ଦ୍ର ନାଥ ପଣ୍ଡା, ୩ରୁ ଶକ୍ତେଶ୍ବର ପାତ୍ର, ୪ରୁ ଶୈଳେନ୍ଦ୍ର ମାରୋଠିଆ, ୫ରୁ ସମରପ୍ରିୟ ତନ୍ତୀ, ୮ରୁ ଅନୀଲ ସିଂ, ୯ରୁ ଅନନ୍ତ କୁମାର ଜେନା, ୧୦ରୁ ସ୍ମିତା ନାୟକ, ୧୧ରୁ ସଂଧ୍ୟାରାଣୀ ରାଉତ, ୧୨ରୁ ପୂର୍ଣ୍ଣିମା କେର୍କେଟା, ୧୩ରୁ ଦିଲୀପ ମହାପାତ୍ର ଓ ୧୪ରୁ ରବିନ୍ଦ୍ର କୁମାର ପ୍ରଧାନ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେହିପରି ଆଦିତ୍ୟଙ୍କ ପ୍ୟାନେଲ୍‌ ୨ନଂ ୱାର୍ହରୁ ରାଜୀବ ପତିହାରୀ, ୩ରୁ ତାପସ ପଣ୍ଡା, ୪ରୁ ବିଜୟ ପଟ୍ଟନାୟକ, ୫ରୁ ପ୍ରଦୀପ ବେହେରା, ୬ରୁ ରୋହିତ ସାମଲ, ୮ରୁ ଅକ୍ଷୟ ରାଉତ, ୯ରୁ ଶରତ ପଲାଇ, ୧୦ରୁ ଭାଗ୍ୟଲକ୍ଷ୍ମୀ ପରିଡା, ୧୧ରୁ ସୁଚିସ୍ମିତା ନାୟକ, ୧୦ରୁ ସେରୋଫିନା ଟପ୍ପୋ, ୧୩ରୁ ପ୍ରେମାନନ୍ଦ ସାମଲ, ୧୪ରୁ ପ୍ରଦୀପ ପଟ୍ଟନାୟକ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତେବେ ଦିଲୀପ ମହାପାତ୍ରଙ୍କ ପ୍ୟାନେଲରେ ତିନି ନିର୍ଦ୍ଦେଶକ ପ୍ରାର୍ଥୀ ନିଦ୍ବର୍ନ୍ଦରେ ନିର୍ବାଚିତ ହେବା ପରେ ଆଦିତ୍ୟଙ୍କ ପ୍ୟାନେଲ୍‌କୁ ଝଟ୍‌କା ଲାଗଛି।

ଆଗାମୀ ନିର୍ବାଚନରେ ଦିଲୀପଙ୍କ ପ୍ୟାନେଲକୁ ନିର୍ବାଚନରେ କେତେ ଟକ୍ପର ଦେଇ ପାରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ସମ୍ବିଧାନରେ ୧୩୯୯ ଭୋଟର ରହିଛନ୍ତି। ୧୫ ନିର୍ଦ୍ଦେଶକଙ୍କ ମଧ୍ୟରୁ ଗୋଟିଏ ଏସ୍‌ସି, ଗୋଟିଏ ଏସ୍‌ଟି, ଗୋଟିଏ ଓବିସି/ଏସ୍‌ଇବିସି ଓ ଅନ୍ୟ ଦୁଇଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅନ୍ୟ ୧୦ଟି ସମ୍ବିଧାନ ଅଣସଂଣକ୍ଷିତ ରହିଛି। ଆସନ୍ତା ୧୯ ଜୁନ୍‌ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ସେହି ଦିନ ଗଣତି ପରେ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe