ଉତ୍କଳ ଦିବସ ପାଳିଲା ସମ୍ବାଦ ସାହିତ୍ୟଘର

Advertisment
ଉତ୍କଳ ଦିବସ ପାଳିଲା ସମ୍ବାଦ ସାହିତ୍ୟଘର

Sambad

ବୋରିଗୁମ୍ମା: ‘ସମ୍ବାଦ’ ସାହିତ୍ୟଘର, ତଥା ପ୍ରଜ୍ଞା ସାହିତ୍ୟ ସଂସ୍କୃତି ଗବେଷଣା ପରିଷଦ, ବୋରିଗୁମ୍ମା ତରଫରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସମ୍ପାଦକ ଏନ ରାଜେଶ କୁମାର ଙ୍କ ପ୍ରାରମ୍ଭିକ ସୂଚନା ପରେ ସଭାପତି ଡଃ. ରଜତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ହୋଇଥିଲା। ଶ୍ରୀମତୀ କନକ ମଞ୍ଜରୀ ପଟ୍ଟନାୟକ ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଦୂରଦର୍ଶନ ଓ ସିନେ କଳାକାର ଶ୍ରୀ ପ୍ରକାଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଡଃ. ଗଙ୍ଗାଧର ନନ୍ଦ ମୁଖ୍ୟ ବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପଦେଷ୍ଟା ଶ୍ରୀ ଆର ମାଧବ ରାଓ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବୈଠକରେ ଓଡ଼ିଶାର ବିକାଶ, ସ୍ୱତନ୍ତ୍ର ପ୍ରଦେଶ ଗଠନରେ ବିଶିଷ୍ଟ ବ୍ୟକ୍ତିଙ୍କ ଅବଦାନ ବିଷୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ନୂଆଗାଁ ସରକାରୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ରୋଷେୟା ତଥା ସେବାୟତ ସୁବାସ ଚନ୍ଦ୍ର ହରିଜନଙ୍କ ଲିଖିତ ଦ୍ଵିତୀୟ ସଂକଳନ ବଇଁଶୀର ସ୍ୱର ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଏହି ପୁସ୍ତକ ରେ ଷାଠିଏ ଟି କବିତା ସହ ଏଗାର ଟି ଗଳ୍ପ ଅଛି। ଏହି ପୁସ୍ତକ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜୀ ମୌସମୀ ଭତରା ପ୍ରକାଶନ ଦାୟିତ୍ୱ ନେଇ ପ୍ରକାଶିତ କରିଥିଲେ। ଏନ ରାଜେଶ କୁମାରଙ୍କ ପ୍ରେରଣାରେ ଏହି ବହି ରଚିତ ବୋଲି ସୁବାସ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜେଶ କୁମାର ନାୟକ, ଏମ୍‌ ସତ୍ୟ ନାରାୟଣ ଆଚାରି, ଅଶୋକ କୁମାର ଷଡଙ୍ଗୀ, ମୃତ୍ୟୁଞ୍ଜୟ ପଣ୍ଡା, ଗୁପ୍ତେଶ୍ଵର ପଣ୍ଡା, ପ୍ରସନ୍ନ ସାହୁ, ଅନ୍ବିତ ପାଢ଼ୀ, କିଶୋର ମାଝୀ, ସଂଗୀତା ପଣ୍ଡା, ଗୁପ୍ତ ହରିଜନ, ପଲ୍ଲବୀ ହରିଜନ, ମୋହନ ହରିଜନ ସହ ଆର୍ଯ୍ୟନ ଆଇଟିସିର ଅନେକ ଯୁବ କବି କବୟିତ୍ରୀ ଯୋଗ ଦେଇଥିଲେ। ଏହି ପୁସ୍ତକକୁ ଅଧ୍ୟାପକ ସୌମେନ୍ଦ୍ର ସ୍ୱାଇଁ ଏବଂ ସରୋଜ ପ୍ରହରାଜ ସମୀକ୍ଷା ଆଲୋଚନା କରିଥିଲେ। ଶେଷରେ ରାଜେଶ କୁମାର ନାୟକ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ବ୍ଲକ ସମ୍ବାଦ ପ୍ରତିନିଧି ବାପି ପାଣିଗ୍ରାହୀ (ବିଶ୍ୱଜିତ)କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe