ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ

ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ

Sambad

ମାଲକାନଗିରି: ମାଲକାନଗିରି ସ୍ଥିତ ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପିଡି, ଡିଆରଡିଏ ବାଳମୁକୁନ୍ଦ ଭୁୟାଁ, ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ତହସିଲଦାର ଗୁଣନିଧି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

publive-image Sambad

ଆଜି ସକାଳୁ ରାମଧୁନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜିଲ୍ଲା ସଦର ମହକୁମାରେ ଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଉପସ୍ଥିତ ଦର୍ଶନ ଏହାକୁ ମନଭରୀ ଉପଭୋଗ କରିଥିଲେ। ପରେ ଅତିଥିମାନେ ଉତ୍କଳ ଦିବସର ତାପର୍ଯ୍ୟ ବିଷୟରେ ବଖାଣିଥିଲେ। ଧିରେ ଧିରେ ସୀମାନ୍ତରେ ଓଡିଆ ଲୋପ ପାଇଯାଉଥିବା ବେଳେ ଏହାକୁ କିପରି ବଂଚାଇବାକୁ ହେବ ସେନେଇ ତତ୍ପର ହେବାକୁ ପଡିବ ବୋଲି କୁହାଯାଇଛି। ସେଥିପାଇଁ ଆମ ସମସ୍ତଙ୍କୁ ଓଡିଆ ଭାଷାକୁ ବଞ୍ଚାଇବାକୁ ପ୍ରଚେଷ୍ଟା ଜାରି ରଖିବା ଉଚିତ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ୟାମ ସୁନ୍ଦର ନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe