ସମ୍ବାଦ ସାହିତ୍ୟଘରର ଉତ୍କଳ ଦିବସ

Advertisment
ସମ୍ବାଦ ସାହିତ୍ୟଘରର ଉତ୍କଳ ଦିବସ

Sambad

ବୈପାରିଗୁଡା: ବୈପାରିଗୁଡା ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି। ଅକ୍ସଫୋର୍ଡ ଇଣ୍ଟରନେସେନାଲ ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ. ମହେନ୍ଦ୍ର ପ୍ରସାଦ ଦାସ ସଭାପତିତ୍ବ କରିଥିଲା ବେଳେ ଅଧ୍ୟାପକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଏବଂ ଗୀତି କବି ନିହାର ରଞ୍ଜନ ରାଉତରାୟ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ନିମନ୍ତ୍ରିତ ଅତିଥି ଶ୍ରୀ ରାଉତରାୟ ପୌରାଣିକ ଉପାଖ୍ୟାନ ତଥା ଐତିହାସିକ ତଥ୍ୟ ଆଧାରରେ ଓଡ଼ିଶାର ଗାରିମା ବର୍ଣ୍ଣନା କରିବା ସହ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିଶେଷ ଭୂମିକା ଗ୍ରହଣ କରିଥିବା ମହାନ ବ୍ୟକ୍ତିତ୍ଵଙ୍କ ସ୍ମୃତି ଚାରଣ କରିଥିଲେ।

ମୁଖ୍ୟ ବକ୍ତା ଅଧ୍ୟାପକ ଶ୍ରୀ ପ୍ରଧାନ ଯେଉଁ ଯେଉଁ ପର୍ୟ୍ୟାୟ ଦେଇ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ସଂଘର୍ଷ ଜାରି ରହିଥିଲା ଏବଂ ସଫଳତାର ଶ୍ରେୟ କିପରି ଉତ୍ତରାଧିକାରୀ ସୂତ୍ରରେ ଆମେ ଉପଭୋଗ କରିବା ସହ ଓଡ଼ିଆ ବୋଲି ଗର୍ବ କରୁଛେ, ସେ ସଂପର୍କରେ ବିବରଣୀ ଉପସ୍ଥାପନା କରିଥିଲେ। ଅଧ୍ୟାପକ ଭଗବାନ ପ୍ରଧାନ ଏବଂ ଅଧ୍ୟାପିକା ସ୍ନେହଲତା ପଟ୍ଟନାୟକ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ।

ଯୁବ ସମାଜସେବୀ ଏମ୍. ତେଜେଶ୍ବର ରାଓ ସମ୍ବାଦ ସାହିତ୍ୟ ଘର ଆଞ୍ଚଳିକ ଭାଷାକୁ ଅଗ୍ରାଧିକାର ଦେବା ଏବଂ ଆଦିବାସୀ ଭାଷାରେ ସାହିତ୍ୟ ସୃଷ୍ଟି ପାଇଁ ପ୍ରତ୍ସୋହନ ଦେବା ପାଇଁ ପରାମର୍ଶ ଦେଇଥିଲେ। କଲ୍ୟାଣୀ ବାଘାର, ସଂଘମିତ୍ରା ଭୋଇ, ସ୍ନେହଲତା ପଟ୍ଟନାୟକ, କନକଲତା ବରାଡ, ଡଃ. ମହେନ୍ଦ୍ର ପ୍ରସାଦ ଦାସ ଏବଂ ନିହାର ରଞ୍ଜନ ରାଉତରାୟ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶକୁନ୍ତଳା ମଲ୍ଲିକ, ବିଜୟ କୁମାର ମହାନ୍ତି, ଦିନବନ୍ଧୁ ପାତ୍ର, ମଧୁସୂଦନ ରାଉତ, ଗୁଣନିଧି ମଲ୍ଲିକ, ସୌମେନ୍ଦ୍ର ପଟ୍ଟନାୟକ, ଏନ୍. ସନ୍ତୋଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଚକ୍ରପାଣି ପରିଚ୍ଛା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ବାଦ ପ୍ରତିନିଧି ଅମରେନ୍ଦ୍ର କୁମାର ପରିଚ୍ଛା କାର୍ଯ୍ୟକ୍ରମ ପରିଚାଳକ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe