୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ଉତ୍ତରପ୍ରଦେଶକୁ ହେଉଥିଲା ଚାଲାଣ, ୯ ଚାଳାଣକାରୀ ଗିରଫ

Advertisment
୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ଉତ୍ତରପ୍ରଦେଶକୁ ହେଉଥିଲା ଚାଲାଣ, ୯ ଚାଳାଣକାରୀ ଗିରଫ

Sambad

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ସଦର ଅଞ୍ଚଳରେ ୧୦୨ କିଲୋର ଗଞ୍ଜେଇ ଜବତ କରିଛି ଜୟପୁର ସଦରଥାନା ପୁଲିସ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ସଦର ଓଆଇସି ଆଦିତ୍ୟ ମହାକୁର। ମାଛକୁଣ୍ଡ ଓ ଲମତାପୁଟ ଅଂଚଳରୁ ଗଂଜେଇ ଉତ୍ତରପ୍ରଦେଶର ଆହ୍ଲାବାଦକୁ ଚାଳାଣ କରାଯାଉଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଜୟପୁର- ମାଲାକାନଗିରୀ ଜାତୀୟ ରାଜପଥ ୩୨୬ର ବ୍ରାହ୍ମଣୀଗାଁ ଛକ ନିକଟରୁ ଏକ ଧଳା ନମ୍ବରବିହୀନ ବୋଲେରୋରେ ଗଞ୍ଜେଇ ଯାଉଥିବା ସୂଚନା ପାଇ ଗତ କାଲି ରାତି ସାଢ଼େ ୧୦ଟା ବେଳେ ବେଳେ ସଦର ଓଆଇସି ଶ୍ରୀ ମହାକୁର ଓ ଏସ୍‌ଆଇ ନବୀନ କୁମାର ଟପ୍ପୋ ଓ ତାଙ୍କର ପୂରା ଦଳ ମିଶି ଛପି ରହିଥିଲେ। ଏହି ରାସ୍ତା ଦେଇ ଆସୁଥିବା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବଲୋରଟିକୁ ଅଟକାଇଥିଲେ। ପ୍ରକ୍ରିୟା ମୁତାବକ ସେମାନେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ଗାଡ଼ିର ଯାଂଚ କରିଥିଲେ।

ଏହି ଗାଡ଼ି ମଧ୍ୟରୁ ୧୦୨ କିଲୋର ଗଞ୍ଜେଇ ମିଳିଥିଲା। ଏହା ସହ ଏମାନଙ୍କ ନିକଟରୁ ୧ଲକ୍ଷ ୪୯ହଜାର ୪୦୦ଟଙ୍କା, ୭ଟି ମୋବାଇଲ୍ ଫୋନ ଓନମ୍ବର ବିହୀନ ବଲୋର ଗାଡ଼ିକୁ ବି ପୁଲିସ ଜବତ କରିଛି। ବଲୋର ମଧ୍ୟରେ ଥିବା ସବୁ ସିଟ୍ ତଳେ ବକ୍ସ ତିଆରି କରି ଉକ୍ତ ବକ୍ସ ମଧ୍ୟରେ ଗଂଜେଇ ରଖି ଏମାନେ ଚାଳାଣ କରୁଥିଲେ। ଗାଡ଼ିରେ ବସିଥିବା ୯ ଅଭିଯୁକ୍ତ ଧରାପଡ଼ି‌ଥିଲେ। ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୬ଜଣ ଉତ୍ତରପ୍ରଦେଶର କ୍ରେତା ହୋଇଥିବା ବେଳେ ଆଉ ୩ଜଣ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଓ ଲମତାପୁଟ ଅଂଚଳର ବିକ୍ରେତା ବୋଲି ପୁଲିସ ଯାଂଚ ବେଳେ ଜାଣିବାକୁ ପାଇଛି। ଏହି ୩ଜଣ ଅଭିଯୁକ୍ତ ବଲୋରଟିକୁ ଜୟପୁର ଓ ନବରଙ୍ଗପୁର ସହର ପାସ୍ କରାଇବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିଲା। ତେବେ ଗାଡ଼ିଟି ପୁଲିସ ହାତରେ ଧରା ପଡ଼ିଥିଲା। ଧରା ପଡ଼ିଥିବା ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ରାମଗଂଜ ଗାଁର ମହମ୍ମଦ ଅହମ୍ମଦଙ୍କ ପୁଅ ମହମ୍ମଦ ଇଲିଆସ୍(୨୬), ଚିତ୍ରୀ ଗାଁର ମହମ୍ମଦ ସିକନ୍ଧରଙ୍କ ପୁଅ ମହମ୍ମଦ ଆନସ(୨୪), ସାହେରୁଆ ଗାଁର ମହମ୍ମଦ ସାଲିମଙ୍କ ପୁଅ ମହମ୍ମଦ ରାମଜାନ(୧୯), ରାମଗଂଜର ମହମ୍ମଦ ଇଦୁଙ୍କ ପୁଅ ମହମ୍ମଦ ସାଦ୍ଧାମ (୨୭), ଆହ୍ଲାବାଦ ଜିଲ୍ଲାର ରାୟପୁରା ଗାଁର ଶୀତାଲାଲ ପ୍ରସାଦ ପ୍ରଜାପତିଙ୍କ ପୁଅ ଗୌରୀ ଶଙ୍କର ପ୍ରଜାପତି(୨୫), ରାଇ‌ବରେଲ୍ଲୀ ଜିଲ୍ଲାର କାରିଆବଜାର ଗାଁର ମହମ୍ମଦ ଆସଲାମଙ୍କ ପୁଅ ମହମ୍ମଦ ଆସରାଫ(୨୬) ଓ ବିକ୍ରେତା ଅଭିଯୁକ୍ତ ମାନେ ହେଲେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅର୍ନ୍ତଗତ ଟିକାପୁଟ ଗାଁର ଆଇତା ପୁଜାରୀଙ୍କ ପୁଅ ସୁଦାମ ପୁଜାରୀ(୨୦), କୁମ୍ଭାରୀପୁଟ ଗାର୍ର ବଳଭଦ୍ର ହନ୍ତାଳଙ୍କ ପୁଅ ମଦନ ହନ୍ତାଳ(୨୪), ନନ୍ଦପୁର ଥାନା ଅର୍ନ୍ତଗତ ଗୁଣ୍ଠାପୁଟ ଗାଁ ର୍ସ୍ବଗତ ତ୍ରିନାଥ ପାଙ୍ଗୀଙ୍କ ପୁଅ ଧନପତି ପାଙ୍ଗୀ(୧୯) ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତ ମାନେ ମାଛକୁଣ୍ଡ ଓ ଲମତାପୁଟ ଅଂଚଳରୁ ଗଞ୍ଜେଇ ଉତ୍ତରପ୍ରଦେଶର ଆହ୍ଲାବାଦକୁ ଚାଲାଣ କରିଥାନ୍ତେ ବୋଲି କହିଛନ୍ତି ଜୟପୁର ସଦରଥାନା ଅଧିକାରୀ କହିଛନ୍ତି। ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ ଶ୍ରୀ ମହାକୁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe