ନିୟମଗିରି ଓ ବଣ୍ଡାଘାଟିରେ ଟିକାକରଣକୁ ପ୍ରାଥମିକତା ଦାବି

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କଲେ କୋରାପୁଟ ସାଂସଦ

ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କଲେ କୋରାପୁଟ ସାଂସଦ

ଯୁବ ବର୍ଗର ୫୦% ନେଲେଣି ପ୍ରଥମ ଡୋଜ୍

livemint.com

ରାୟଗଡ଼ା: ଅବିଭକ୍ତ କୋରାପୁଟ ଜିଲ୍ଲାର ବଣ୍ଡାଘାଟି ଓ ନିୟମଗିରିକୁ କରୋନା ଛୁଇଁଛି। ଏହି ବିରଳ ଜନଜାତିକୁ କରୋନା ଛୁଇଁବା ପରେ ଆକ୍ରାନ୍ତ ହୋଇଛନ୍ତି ଡଙ୍ଗରିଆ ଓ ବଣ୍ଡା ସଂପ୍ରଦାୟ। ଏହି ଦୁଇ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ଏହି ଜନଜାତିର ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟ୍ କରି ଅବଗତ କରିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଶଙ୍କର ଉଲାକା। ବଣ୍ଡା ଘାଟି ଓ ନିୟମଗିରିରେ ବସବାସ କରୁଥିବା ଡଙ୍ଗରିଆ, ବଣ୍ଡା ସଂପ୍ରଦାୟ ମଧ୍ୟରେ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ଦେଖା ଦେଇଛି। ଏହି ସଂପ୍ରଦାୟର ଲୋକ ଗୋଷ୍ଠୀଗତ ଭାବେ ରହୁଥିବା ବେଳେ କରୋନା ସଚେତନତା ଏମାନଙ୍କ ନିକଟରେ ପହଞ୍ଚି ପାରିନି।

ନିକଟରେ ନିୟମଗିରି ପାର୍ବତ୍ୟାଞ୍ଚଳରେ ରହୁଥିବା ୨୦ ଡଙ୍ଗରିଆଙ୍କ ସମେତ ବଣ୍ଡା ଘାଟିରେ ରହୁଥିବା ବଣ୍ଡା ସଂପ୍ରଦାୟର ଲୋକ କରୋନାର ଶିକାର ହୋଇଛନ୍ତି। ଉକ୍ତ ଅଞ୍ଚଳରେ ବସବାସ କରୁଥିବା ୧୮ରୁ ୪୪ ବର୍ଷ ଲୋକଙ୍କୁ ଟିକାକରଣ କ୍ଷେତ୍ରରେ ପ୍ରାଥିମକତା ଦେବାକୁ ସାଂସଦ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ପ୍ରଶାସନ ମାଧ୍ୟମରେ ନିୟମଗିରି ଓ ବଣ୍ଡାଘାଟି ଭଳି ଗ୍ରାମୀଣ ଅଞ୍ଚଳରେ ଟିକା ଦେବାର ବ୍ୟବସ୍ଥା କରି କରୋନାରୁ ଏହି ଦୁଇ ବିରଳ ଜନଜାତିଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ସାଂସଦ ଶ୍ରୀ ଉଲାକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe